Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି ଜଳସ୍ତର, ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପରିମାଣ କମିବା ହୀରାକୁଦ ଜଳସ୍ତର କମୁଥିବାରୁ ଗୁରୁବାର ଡ୍ୟାମର ୪ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୬ଟି ଏବଂ ଡାହାଣ ପାର୍ଶ୍ଵରେ ୨ଟି ଗେଟ୍ ଖୋଲା ରହିଛି।

ସୂଚନାଯୋଗ୍ୟ, ଜଳଭଣ୍ଡାରର ଜଳସ୍ତର ବଢିବାରୁ ଏହି ମଙ୍ଗଳବାର ହୀରାକୁଦର ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା। ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ମଙ୍ଗଳବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୪.୦୪ ଫୁଟ୍ ରହିଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ହେଲେ ଜଳସ୍ତର କମୁଥିବାରୁ ଆଜି ୪ଟି ଗେଟ୍ ବନ୍ଦ କରାଯାଇଛି।

ଉଲ୍ଲେଖନୀୟ ଗତ ରବିବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପ୍ରଥମେ ଗୋଟିଏ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ା ଯାଇଥିଲା। ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯିବା ପରେ ପର‌୍ୟ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ