Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ବର୍ଷା ସମ୍ଭାବନା:ପଶ୍ଚିମ ଓଡିଶାରେ ସାମାନ୍ୟ ବିଳମ୍ଭ

ସମ୍ବଲପୁର:ଆଜିଠୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ  ବର୍ଷା ଲାଗିରହିଛି। ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ । ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡିଶାରେ ବର୍ଷା ସାମାନ୍ୟ ବିଳମ୍ଭ ଘଟିପାରେ।
ଏଥିପାଇଁ ଆଜି ସକାଳ ଯାଏଁ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାର କିଛି ସ୍ଥାନର ତଳି ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ଏବଂ ଗମନାଗମନରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ଭୂସ୍ଖଳ ଭଳି ସମସ୍ୟାର ଆଶଙ୍କା ରହିଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।
ସେହିପରି ନୂଆପଡ଼ା, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଏବଂ ବଲାଙ୍ଗିର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩୦ ତାରିଖ ଯାଏଁ ପାଣିପାଗ ବିଭାଗ ବର୍ଷାର ପୂର୍ବାନୁମାନ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ