Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ସମୃଦ୍ଧି ଯୋଜନା କୁ ନେଇ ଲଡୁଗାଁ ଠାରେ କୃଷକ ତାଲିମ ଶିବିରଅନୁଷ୍ଠିତ।

କୋକସରା:୨୭/୦୭ କୋକସରା ବ୍ଲକ ଲଡୁଗାଁ ଠାରେ ଗୁରୁବାର କୃଷକ ଙ୍କ।ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୁରୁବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷି ସମୃଦ୍ଧି କେନ୍ଦ୍ର ଲୋକାର୍ପିତ ଅବସର ରେ ପିଏମ କୃଷକ କଲ୍ୟାଣ ଯୋଜନା ୧୪ ତମ କିସ୍ତି କୃଷକ ଙ୍କ ବ୍ୟାଙ୍କ ଖାତା କୁ ପ୍ରଦାନ କରାଯାଇଛି। ଏହି ଅବସର ରେ ଲଡୁଗାଁ ଠାରେ ଅନୁପ କୁମାର ଅଗ୍ରୱାଲ ଙ୍କ ତତ୍ୱାବଧାନ ରେ କୃଷକ ଶିବିର କାର୍ଯ୍ୟକ୍ରମ ରେ ଏଡିଓ ନାରାୟଣ ଉପାଧ୍ୟାୟ, କ୍ଷେତ୍ର ଅଧିକାରୀ ବଲ୍ଲା ହରୀକୃଷ୍ନା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ରେ ଚାଷି ଙ୍କୁ ପ୍ରତିବର୍ଷ ଦେଶ ର କୃଷକ ଙ୍କୁ ୩ ଗୋଟି କିସ୍ତି ରେ ୬ ହଜାର ସହାୟତା କେନ୍ଦ୍ର ମୋଦି ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମ ରେ ଚାଷି ଦୁର୍ଗା ପ୍ରସାଦ ଅଗ୍ରୱାଲ, ସତ୍ୟ ନାରାୟଣ ଚୌଧୁରୀ,ପ୍ରଫୁଲ୍ଲ ମାଝୀ, ଗୋପାଳ ଅଗ୍ରୱାଲ, ସୁଶୀଲ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଶିକେଶନ ଠାକୁର, ହେମନ୍ତ ସାହୁ, କୈଳାଶ ସାହୁ, ବିଜେପି ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆମପାଣି କୃଷି ସମବାୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରତିନିଧି ଭଜମନ ନାଏକ ଙ୍କ ତତ୍ୱାବଧାନ ରେ ପେକ୍ସ୍ ସମ୍ପାଦକ ବିକାଶ ପଣ୍ଡା, ଡିଇଓ ହେମନ୍ତ ହଂସ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି ସାଧାରଣ ସମ୍ପାଦକ ମଧୁବନ ପାତ୍ର, ବିସିକେଶନ ନାଏକ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ