ଅଗଷ୍ଟ-୧ ସମ୍ବଲପୁରୀ ଦିନ:ନୂଆଁ ଆନ୍ଦୋଳନର ରୂପ ନେଉଛି

ସମ୍ବଲପୁର: ଭାରତୀ ସମାଜ ପକ୍ଷରୁ ୧୦ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଆନ୍ଦୋଳନ ରେ ପରିଣତ ହୋଇଛି । ଦିନକୁ ଦିନ ସମ୍ବଲପୁରୀ ଦିନ୍ ପଶ୍ଚିମାଞ୍ଚଳ ବାସୀ ଙ୍କ ର ଅସ୍ମିତାର ଦିନ ଭାବେ ଗ୍ରହଣୀୟ ହୋଇଚାଲିଛି ।
ଚଲିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଖୋଲା ମଞ୍ଚ ରେ ସମ୍ବଲପୁରୀ ଦିନ ପାଲନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସମ୍ବଲପୁରୀ ସଂସ୍କୃତି ର ପୁରୋଧା ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କ ର ଜନ୍ମଶତବାର୍ଷିକୀ ୨୦୧୩ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଗଠନ କରାଯାଇ ଅଗଷ୍ଟ – ୧ ତାରିଖ ରେ ସମ୍ବଲପୁରୀ ଦିନ ଭାବରେ ପାଲନ ଆରମ୍ଭ ହୋଇ ଚଲିତ ବର୍ଷ ୧୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ।
ଗୁରୁଶ୍ରୀ ବହିଦାର ସମ୍ବଲପୁରୀ ସାଧକ କବି କଲାକାର ମାନ ଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସାରା ଜୀବନ ବଲିଦାନ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ଯ ର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନ ରେ ସମ୍ବଲପୁରୀ ଦିନ ଭାବରେ ଆୟୋଜନ କରିଆସୁଛି । ମଞ୍ଚ ସମ୍ବଲପୁର ରେ ପ୍ରତି ବର୍ଷ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ର ଆୟୋଜନ କରିଆସୁଛି।
ସ୍ଥାନୀୟ ମହାନଦୀ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଲନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନର ଆୟୋଜନ ଉପରେ ସୁଚନା ଦିଆଯାଇଥିଲା । ଚଲିତ ବର୍ଷ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ସମ୍ବଲପୁରର ବହୁ ସଂଗଠନ ଏବଂ ଅନୁଷ୍ଠାନ ମାନ ଙ୍କୁ ଅନୁରୋଧ କରାଯାଇଛି ।
ଜୁଲାଇ ୩୦ ତାରିଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆହ୍ବାନ କ୍ରମେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ରଂଗୋଲି, ଚିତ୍ରାଂକନ ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସକାଲେ ସମ୍ବଲ ଅନୁଷ୍ଠାନ ନେତୃତ୍ବରେ ବାଇକ ରେଲି ପାଇଁଁ ଯୋଜନା କରାଯାଇଛି । ସମ୍ବଲପୁରୀ ଦିନ ଅବସରରେ ତାଲବ ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସେହିପରି ଚଲିତ ବର୍ଷ ଓଡିଶା ର ୪୦ ରୁ ଉର୍ଦ୍ଧ୍ବ ସ୍ଥାନରେ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ଚେ଼ଷ୍ଟା ଚାଲିଛି ।
ସେହିପରି ଝାରସୁଗୁଡା, ସୁନ୍ଦରଗଡା, ସୋନପୁର, ବୌଦ୍ଧ ଏବଂ ବରଗଡରେ ଭବ୍ୟ ଢଂଗରେ ସମ୍ବଲପୁରୀ ଦିନ ଆୟୋଜିତ ହେବ । ସମ୍ବଲପୁର ଜେଲ ଛକରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ହେବ। ଏଥିରେ ସକାଲ ୧୦ ଟାରୁ ସମ୍ବଲପୁରୀ କବିତା ପାଠ ପରେ ଦିନ ୧ ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଜିଲ୍ଲା ଏବଂ ଜିଲ୍ଲ ବାହାରୁ ସାଂସ୍କୃତିକ ଦଲ ଅଂଶଗ୍ରହଣ କରିବେ । ସମ୍ବଲପୁରୀ ଦିନ ପାଇଁ ଆୟୋଜିତ ଫଟୋ ପ୍ରତିଯୋଗିତାରେ ୨୫ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗି ଭାଗ ନେଇଥିବା ବେଲେ କ୍ରୁତି ପ୍ରତିଯୋଗୀ ମାନ ଙ୍କୁ ମୁଖ୍ଯ ମଞ୍ଚ ରେ ସମ୍ମାନିତ କରାଯିବ । ଚଲିତ ବର୍ଷ ସମ୍ବଲପୁରୀ ସାହିତ୍ୟକ ଅମ୍ରୁତ ଲାଲ ସାହୁ ଙ୍କୁ “ଗୁରୁଶ୍ରୀ ସତ୍ଯ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ” ପ୍ରଦାନ କରାଯିବ ବୋଲି ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି । ଏହା ସହ ସମ୍ବଲପୁରୀ ଦିନ ମଞ୍ଚରେ ସମ୍ବଲପୁରୀ ପାଇଁ କାର୍ୟ୍ଯ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବ
।
ସାମ୍ବାଦିକ ସମ୍ମିଲନୀରେ ସମ୍ବଲପୁରୀ ଦିନ ସଂଯୋଜକ ଡ.ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁରୀ ଭାଷା ସାହିତ୍ୟ ସଂଯୋଜିକା ପଂକଜିନି ମେହେର , ମହିଳା ସଂଯୋଜିକା କାନ୍ତି ମେହେର ପ୍ରମୁଖ ଉପସ୍ଥିତ ରହିଥିବା ବେଲେ ଲଲିତ ମୋହନ ବେବର୍ତ୍ତା, ତ୍ରୁପ୍ତିମୟୀ ପଣ୍ଡା, ସୁରେନ୍ଦ୍ର ବଗର୍ତୀ , ତର୍ପନ ପ୍ରଧାନ, ଶରତ ବୋହିଦାର, ପ୍ରତୀକ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।