Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ସମ୍ବଲପୁର: ଆଦିବାସୀଙ୍କ ପ୍ରତି ସମାଜର ସ୍ୱତନ୍ତ୍ର ନଜର ରହିଥାଏ। ଏଥିରୁ ଚିତ୍ର ଶିଳ୍ପୀବି ବାଦ୍ ପଡିନାହାନ୍ତି।ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ ଉପରେ ପର୍ଯ୍ୟବେଶିତ ଚିତ୍ରକଳାକୁ ନେଇ ଗତକାଲି ଅପରାହ୍ନରେ ଏକ ପ୍ରଦର୍ଶନୀକୁ ଜିଲ୍ଲାପାଳ ଅନନ୍ୟା ଦାଶ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।ସମ୍ବଲପୁର ଆର୍ଟ ଗ୍ୟାଲେରୀରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।ଓଡିଶା ଲଳିତ କଳା ଏକାଡେମୀ,ଓଡିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏହା ଆୟୋଜନ କରାଯାଇଛି।ଏଥିରେ ୩୬ଜଣ ଚିତ୍ରଶିଳ୍ପୀ ଙ୍କ ଆଦିବାସୀଙ୍କ ଉପରେ ଆଧାରିତ ୫୦ରୁ ଉର୍ଦ୍ଧ ଚିତ୍ରକଳା ସ୍ଥାନ ପାଇଛି।ଜିଲ୍ଲାପାଳଙ୍କ ସହିତ ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବରାଳ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୀକାରୀ ଫକିର ମୋହନ ମାଝୀ,ପାଠାଗାର ଗ୍ରନ୍ଥକାରିକା ନମିତା ପଟ୍ଟନାୟକ ଓ ଏକାଧିକ ଚିତ୍ର ଶିଳ୍ପୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ