Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଛ ସାକ୍ଷୀ ଦେବା ପଡ଼ିଲା ମହଙ୍ଗା।, ଚାକିରିରୁ ବିଦା ହେଲେ ବିଜେପୁର ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ

ବିଜେପୁର: ମିଛ ସାକ୍ଷୀ ଦେବା ପଡ଼ିଲା ମହଙ୍ଗା। ଚାକିରିରୁ ବିଦା ହେଲେ ବିଜେପୁର ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ ନାଏକ। ଭିଜିଲାନ୍ସ ମାମଲାରେ ମିଛ ସାକ୍ଷୀ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଚାର ସମୟରେ ସେ ନିଜର ବୟାନ ବଦଳାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ।

ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା ଆରଡବ୍ଲୁଏସଏସ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ଉପେନ୍ଦ୍ର ଭଞ୍ଜ ନାଏକ। କିରାଣି ଆନନ୍ଦ ସରାଫଙ୍କ କେସରେ ତଥ୍ୟ ବଦଳାଇ ଭୁଲ୍ ତଥ୍ୟ ଦେଇଥିଲେ। ଏମିତି କରି ସେ ଅଭିଯୁକ୍ତ  ବରଗଡ଼ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଅଫିସର ବରିଷ୍ଠ କିରାଣି ଆନନ୍ଦ ଆନନ୍ଦ ସରାଫଙ୍କୁ ଖସାଇ ଦେଇଥିଲେ।