Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟ ୧୬ରୁ ରାଜ୍ୟରେ ଗଡ଼ିବନି ବସ୍, ଘରୋଇ ବସ୍ ମାଲିକ ସଂଘଙ୍କ ଚରମ ନିଷ୍ପତ୍ତି

କଟକ: ଜିଲ୍ଲା-ଜିଲ୍ଲା ଭିତରେ ଚାଲୁଥିବା ମୋ ବସ ଏବଂ ଗାଁରୁ ରାଜଧାନୀ ଯାଏ ଚାଲିବାକୁ ସରକାରୀ ବସ ଚଳାଚଳକୁ ବିରୋଧ କରି ଅଗଷ୍ଟ ୧୬ ତାରିଖ ସକାଳୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବ। ଏମିତି କଠୋର ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ସରକାରୀ ବସ୍ ଚଳାଚଳ ଦ୍ବାରା ଘରୋଇ ବସ୍ ମାଲିକମାନେ ପ୍ରତିଦିନ ଦେଢ଼ କୋଟି ଟଙ୍କା କ୍ଷତି ସହିବେ ବୋଲି ସଂଘ ଦର୍ଶାଇଛି। ବସ୍ ଚଳାଚଳ ବନ୍ଦ ହେଲେ ଯାତ୍ରୀମାନେ ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏ ପ୍ରସଙ୍ଗରେ ସଙ୍ଘ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ଅଗଷ୍ଟ ୧୫ ତାରିଖ ସୁଦ୍ଧା ଲାକମି ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୩୦୦ ଗାଡ଼ି ଚଳାଚଳ କରିବାର ସମ୍ଭାବନା ରହିଛି। ଏଭଳି ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରି ୧୬ ତାରିଖରୁ ସମଗ୍ର ରାଜ୍ୟରେ ୧୪ ହଜାର ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଘରୋଇ ବସ୍‌ର ଡ୍ରାଇଭର୍‌ କଣ୍ଡକ୍ଟର୍‌, ହେଲ୍‌ପର୍‌ଙ୍କ ସମେତ ୭୦ ହଜାର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ବୋଲି ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାର ମୋ’ ବସ୍ ଚଳାଚଳ ଆରମ୍ଭ କରିଥିଲେ। ଏହି ବସ୍ କଟକ, ଭୁବନେଶ୍ଵର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣା ଭଳି ସହରାଞ୍ଚଳରେ ଚଳାଚଳ କରିଥିଲା। ଗତ ଏକ ବର୍ଷରେ ଭୁବନେଶ୍ବଶ୍ଵ-ପୁରୀ, କଟକ-ପୁରୀ, କଟକ-ସାଲେପୁର, କଟକ-ଆଠଗଡ଼, କଟକ-ଢେଙ୍କାନାଳ, ବରଗଡ଼-ସମ୍ବଲପୁର, ସୁନ୍ଦରଗଡ଼-ବେଲପାହାଡ଼, ରାଉରକେଲା-ରାଜଗାଙ୍ଗପୁର, ସୁନ୍ଦରଗଡ଼-ରାଉରକେଲାରେ ମଧ୍ୟ ଚାଲିଲାଣି। ଯାହାକୁ ଘରୋଇ ବସ ମାଲିକ ସଙ୍ଘ ପ୍ରତିବାଦ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ