Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ର ସମ୍ବର୍ଦ୍ଧନା ସଭା

ସମ୍ବଲପୁର:ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ଆଜି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ରେଡକ୍ରସ ମ୍ୟାରିଡ୍ ସାର୍ଟିଫିକେଟ ଆୱ‌।ଡ଼ ପାଇଥିବା ସମାଜସେବୀ ନିହାଲ ସିଂ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଅତିଥ ଭାବରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନା ସଭାପତି ସୁବେଶ ମୁଣ୍ଡା,ଭରସା ପରିବାରର ମୁଖ୍ୟ ବିନାୟକ ଦ୍ୱ।ରି, ସମଲେଶ୍ଵରୀ ଯୁବା ଗୃପର ଚେୟାରମେନ କବି ମହାରଣା,ଅରୁଣ ମହାନନ୍ଦ, ସୁବାସ ଚନ୍ଦ୍ର ନାୟକ, ରୁପାଞ୍ଚଲି ରଣବିଡା, ମୁରଲିଧର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହାସହ ପଶ୍ଚିମ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନୃତ୍ୟଗୁରୁ ରଞ୍ଜନ ସାହୁ, ଦଳିତ ନେତା ଭବାନି ଶଙ୍କର ସୋହେଲା, ଅରକ୍ଷିତ ମହାନନ୍ଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ନିହାଲ ସିଂ ଙ୍କୁ ପୁଷ୍ପଗୁଚ୍ଛ ତଥା ଉପଠୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ନିହାଲ ସିଂ ତାଙ୍କର ଏହି ସମ୍ମାନ କୁ ଭିମସାର ବ୍ଳଢ ବ୍ୟାଙ୍କ୍ ଜନସଂପର୍କ ଅଧିକାରୀ ଦେବାଶିଷ ମିଶ୍ର ଙ୍କ ମାଧ୍ୟମରେ ପଶ୍ଚିମ ଓଡ଼ିଶା ର ସବୁ ସଂଗଠନକୁ ସମର୍ପିତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକଙ ପରିଚାଳନା ରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ମୋମିନା ଖାତୁନ, ଶିବଶଙ୍କର ପଧାନ,ଶେଖ ଇନ୍ତିୱଫ ପ୍ରମୁଖ ସହଯୋଗ କରିଥିଲେ ।