Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ନୂତନ କର୍ମକର୍ତ୍ତା : ଜଗଦୀଶ ସଭାପତି, ପରମାନନ୍ଦ ସାଧାରଣ ସଂପାଦକ

କଳାହାଣ୍ଡି,୩୦/୦୭-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ ବୈଠକ ବିଶ୍ୱନାଥପୁରସ୍ଥିତ ଭିଆର୍‌ଓଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନର ସଭାପତି ଶ୍ରୀବତ୍ସ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଫେଡେରେସନର ଉପଦେଷ୍ଟା ଯୋଗେଶ୍ୱର ସାଗର, ସମ୍ମାନିତ ଅତିଥି ଭାବେ ଫେଡେରେସନର କାର୍ଯ୍ୟକାରୀ ସଭାପତି ଆଶିଷରଞ୍ଜନ ନାଏକ, ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାର, ଉପଦେଷ୍ଟା ତଥା କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ କୁମାର ସୁନା, ଫେଡେରେସନର ଉପସଭାପତି ଓମ୍‌ପ୍ରକାଶ ଛତ୍ରିଆ, ଯୁବ ବିଭାଗର ସଭାପତି ଚନ୍ଦନ ନାଏକ, ଭବାନୀପାଟଣା ଟାଉନ ଯୁବ ସଭାପତି ସଞ୍ଜୟ ସୁନାନୀ, ମିଡିଆ ସଂଯୋଜକ ରଜନୀକାନ୍ତ ସମର୍ଲିଆ ପ୍ରମୁଖ ଯୋଗ ଦେଇଥିଲେ । ଫେଡେରେସନର ସଭାପତି ଜଗଦୀଶ ବେନିଆଁଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ସହିତ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ଅବସରରେ ଫେଡେରେସନ ଲାଞ୍ଜିଗଡ ବ୍ଲକ ଶାଖାର ନୂତନ ସଭାପତି ଭାବେ ଜଗଦୀଶ ବେନିଆଁଙ୍କୁ ମନୋନୀତ କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ହରିହର କୁମାର, ଦିଲିପ ବିଭାର, ଉପସଭାପତି ଭାବେ ମହେନ୍ଦ୍ର କରୁଆଁ, କ୍ଷୀରସାଗର ମହାନନ୍ଦ, ରଘୁନାଥ ପାଣି, ବୈଦ୍ୟନାଥ ନାଏକ, ସାଧାରଣ ସଂପାଦକ ଭାବେ ପରମାନନ୍ଦ ନାଏକ, ସଂପାଦକ ଭାବେ ମୂରଲୀ ନାଏକ, ସତ୍ୟନାରାୟଣ ନାଏକ, ରୂପେନ୍ଦ୍ର ଛତ୍ରିଆ, ଜଳଧର ସାଗର, କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ନାଏକ, ବ୍ଲକ ଯୁବ ବିଭାଗ ସଭାପତି ଭାବେ ସୁବାସ ନାଏକ, ସାଧାରଣ ସଂପାଦକ ଭାବେ ପିତାମ୍ବର ନାଏକ, ଉପସଭାପତି ଭାବେ ଦାଶରଥି ତାଣ୍ଡି, ବିକ୍ରମ ଛତ୍ରିଆ, ମାଲେଶ ନାଏକ, ସଂପାଦକ ଭାବେ ସୁବାସ ହିଆଁଲ, ଦୁର୍ବାସା ହରପାଲ, ଅରୁଣ ଛତ୍ରିଆ, ଦୁରେନ୍ଦ୍ର ବିଭାର, ପଠାଣିସାମନ୍ତ ନାଗ, ଛାତ୍ର ବିଭାଗର ସଭାପତି ଭାବେ ଈଶ୍ୱର ରମେଶ ତାଣ୍ଡି, ଉପସଭାପତି ଭାବେ ଦିଗାମ୍ବର ଛତ୍ରିଆ, ସାଧାରଣ ସଂପାଦକ ଭାବେ ପ୍ରଦୀପ ନାଗ, କର୍ମଚାରୀ ବିଭାଗର ସଭାପତି ଭାବେ ବିଭୁତିଭୂଷଣ ତାଣ୍ଡି କାର୍ଯ୍ୟକାରୀ ସଭାପତି ଭାବେ ଲବ ଦୁର୍ଗା, କୃଷ୍ଣ ଦୁର୍ଗା, ସାଧାରଣ ସଂପାଦକ ଭାବେ ଗୁଣନିଧି ଛତ୍ରିଆ ପ୍ରମୁଖଙ୍କ ମନୋନୀତ କରାଯାଇଥିଲା । ସେହିପରି ଫେଡେରେସନର ଉପଦେଷ୍ଟା ଭାବେ ମନୋହର ହରପାଲ, ଉଦୟ କୁମାର, ନବୀନ ସୁନା, ଚନ୍ଦ୍ରଶେଖର ଦୁର୍ଗା, ଗୋପାଳ ସୁନାନୀଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଫେଡେରେସନର ଜିଲ୍ଲା ଉପସଭାପତି ପଦବୀ ପାଇଁ ଗୋପାଳଦାସ ମହାନନ୍ଦ ଓ ଜିଲ୍ଲା ସଂପାଦକ ପଦବୀ ପାଇଁ ରଘୁନାଥ ପାଣିଙ୍କ ନାମକୁ ସୁପାରିଶ କରାଯାଇଥିଲା । କର୍ମକର୍ତ୍ତା ଚୟନ ବୈଠକକୁ ଜିଲ୍ଲା କମିଟି ସଭ୍ୟ ସୁଶୀଲ କୁମାର ବାଗ ପରିଚାଳନା କରିଥିବାବେଳେ ସୀତାରାମ ନାଗ, ବିଜୟ ନାଏକ, ଜିତେନ୍ଦ୍ର ନାଏକ, ରୂପା କୁମାର, ଦୁର୍ଯ୍ୟୋଧନ ବାଗ, ବବଲୁ ନାଏକ, ବଳଦେବ ନାଏକ, କୋଦଣ୍ଡ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କର୍ମକର୍ତ୍ତା ଚୟନ ବୈଠକ ପରେ ପରେ ଜିଲ୍ଲା ପଦାଧିକାରୀ ଓ ବ୍ଲକସ୍ତରୀୟ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ