Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠେ ଆଠେ ଖାଲ ରେ ଭର୍ତି ଗହନାମୁଣ୍ଡା ମୂଷାପାଲି ରାସ୍ତା, ଲୁକେ ହେଉଛନ୍ ଗୁଲଗୁଲା,ମରାମତି କରବା କେ ଦାବି।

କୋକସରା ୩୧/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା କାଜୁ ବଚିଚା ଛକ ରୁ ଗହନାମୁଣ୍ଡା ମୂଷାପାଲି ଡାଲଗୁମା ପଞ୍ଚାୟତ କେ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ର ରାସ୍ତା ଅବସ୍ଥା ଯିଏ ଦେଖିଛେ ଆଉ ଏହି ରାସ୍ତା ନେ ଯାଇଛେ ସେ ଜାଣିବ । ରାସ୍ତା ସାରା ଖାଳଖମା ଯେତେଅଛି ଗଣିବା ବି ମୁସ୍କିଲ, ଓ ଏହି ଆଣ୍ଠୁଏ ଆଣ୍ଠୁଏ ଖାଲ ରେ କାଦୁଅ ଭର୍ତ୍ତି ପାଣି ଭରି ରହିଛି, ଦୂରରୁ ପୋଖରୀ ର ଭ୍ରମ ସୃଷ୍ଟି କରୁଛି। ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ଯାତନା ଭୋଗୁଥିବା ଅଭିଯୋଗ କରିଛନ୍ତି । ସୂଚନା ମତେ , ଡୋଙ୍ଗରୀଗୁଡା ଗାଁ ଛକରୁ ଗଇନ୍ତାପଡା,ଝରିଆଗୁଡା ଦେଇ ଗହନାମୁଣ୍ଡା ମୂଷାପାଲି କୁ ସଂଯୋଗ କରୁଥିବା ପ୍ରାୟ ୫ କିମି ରାସ୍ତା ଗତ ୨୦୧୮ ମସିହାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ମରାମତି ଅଭାବରୁ ଝରିଆଗୁଡା କାଜୁ ବଗିଚା ନିକଟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ପ୍ରତିଦିନ ଏହି ରାସ୍ତାରେ ମୁଷାପାଲି,ଡାଲଗୁମା ଓ ଖୁଣ୍ଟିଆ ପଞ୍ଚାୟତ ସମେତ ଦଣ୍ଡପାଟ ଅଞ୍ଚଳର ଶହ ଶହ ଲୋକଙ୍କ ଯାତାୟତ କରୁଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ,ରୋଗୀଙ୍କୁ ଡାକ୍ତରଖାନା ସହିତ ବ୍ଲକ ସଦର ମହକୁମା ରେ ଥିବା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ଯିବାପାଇଁ ଅଞ୍ଚଳର ଲୋକେ ନିର୍ଭରଶୀଳ ରହୁଥିବା ବେଳେ,ରାସ୍ତା ନିର୍ମାଣ ର କିଛି ମାସ ମଧ୍ୟରେ ନିନ୍ମମାନ ର କାର୍ଯ୍ୟ ଯୋଗୁ ଏହି ରାସ୍ତା ରେ ପିଚୁ ଉଠି ଖାଳଖମା ସୃଷ୍ଟି ହୋଇଥିଲା,ସେହି ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରି ନଥିଲେ। ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧି ଙ୍କୁ ମଧ୍ୟ ଅଞ୍ଚଳ ର ଜନସାଧାରଣ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି।ବର୍ତମାନ ସ୍ଥିତି ରେ ଏହି ରାସ୍ତା ଦେଇ ଯାତାୟାତ କରିବା ଦୁର୍ବିସହ ହୋଇପଡ଼ିଛି।ଏହାକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ରାସ୍ତାକୁ ମରାମତି କରିବା ପାଇଁ ଛିଲିପାମାଲ, ମୁଷାପାଲି,ଗହନାମୁଣ୍ଡା, ଡାଲଗୁମା, ଖୁଣ୍ଟିଆ ପଞ୍ଚାୟତ ଅଞ୍ଚଳର ଲୋକେ ଦାବି କରିଛନ୍ତି,ନଚେତ ଆଗାମୀ ଦିନରେ ରାସ୍ତା ପାଇଁ ଆନ୍ଦୋଳନ କରିବାକୁ ମଧ୍ୟ କହିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ଙ୍କ ପ୍ରତିକ୍ରିୟା ନେବାରୁ ଏହି ରାସ୍ତା ପାଇଁ ପ୍ରପୋଜାଲ ଦିଆଯାଇଛି,ଅନୁଦାନ ଆସିଲେ ନିର୍ମାଣ କାର୍ଯ୍ୟ ହେବ ବୋଳି କହିଛନ୍ତି।