Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିପିଇଓ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ବ୍ଲକ ଅଧିକାରୀ, କର୍ମଚାରୀ ଜନ ପ୍ରତିନିଧି।

କୋକସରା୩୧/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଦୀର୍ଘବର୍ଷ ହେବ ଜିପିଇଓ ଭାବେ ଅବସ୍ଥାପିତ ରହିଥିବା ନାରାୟଣ ଭୋଇ ଙ୍କୁ ସୋମବାର ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ କୋକସରା ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠି, ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ, ବିଏସଏସଓ ଦୀପକ କୁମାର ବେହେରା ଙ୍କ ଉପସ୍ଥିତି ରେ ଦୀର୍ଘ ବର୍ଷ ଧରି କୋକସରା ବ୍ଲକ ରେ ଜଣେ ନିଷ୍ଠାପର, ମେଳାପୀ ସ୍ଵଭାବ, କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ କରି ଅଧିକାରୀ, କର୍ମଚାରୀ,ଜନ ପ୍ରତିନିଧି ଓ ଜନସାଧାରଣ ଙ୍କ ସହ ଉତ୍ତମ ସମ୍ପର୍କ ରଖି ବେଶ ପରିଚିତ ଥିଲେ। ସୋମବାର ବିଦାୟ ସମ୍ବର୍ଦ୍ଧନା ଅଵସର ରେ ଉପସ୍ଥିତ ବ୍ଲକ ଅଧିକାରୀ, ୨୨ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ପଞ୍ଚାୟତ କର୍ମଚାରୀ ମାନେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ