ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ।


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ନାରାୟଣ ପଟେଲଙ୍କ ସଭାପତିତ୍ବରେ ୭୪ ତମ ବନ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ବେହେରା ସମ୍ମାନିତ ଅତିଥି ଭାବେ ରେଙ୍ଗାଲି ବନପାଳ ରବୀନ୍ଦ୍ର ବେହେରା, କିର୍ତିମୟୀ ବେହେରା ଶିକ୍ଷକ ଅଭିଭାବକ ସଂଘ ସଭାପତି ରମେଶ ମାହାଣା ଯୋଗ ଦେଇଥିଲେ । ଅତିଥି ମାନେ ଚାର ରୋପଣ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ର ଛାତ୍ରୀ ଟ୍ୱିଙ୍କଲ ପଧାନ , ଏସା ଭଟ୍ଟାଚାର୍ୟ , ପ୍ରୀୟଂଶୀ ଶୀ ଆଦି ବୃକ୍ଷର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ଯ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସୀମା ବାରିକ ପରିଚାଳନା କରି ଥିବା ବେଳେ ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।