Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରର ଅଂଶୁମାନ ଭାରତ ପାଇଁ ଆଣିଲେ ଗର୍ବ,ଜିତିଲେ ରୌପ୍ୟ ପଦକ

ସମ୍ବଲପୁର: ସମ୍ବଲପୁରର ଅଂଶୁମାନ ଭାରତ ପାଇଁ ଆଣିଲେ ସମ୍ମାନ।ରୌପ୍ୟ ପଦକ ହାସଲ କରି ଭାରତ ବର୍ଷର ମୁଣ୍ଡ ଟେକାଇଲେ।ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟରୁ ଜାତୀୟ ସ୍ତରକୁ ଯାଇ ବର୍ତ୍ତମାନ ଆନ୍ତଃର୍ଜାତୀୟ ସ୍ତରରେ ଏହି ଉଦୀୟମାନ ତାରକା ସାଜିଲେ ସମ୍ବଲପୁର ଗର୍ବ। ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟା ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫ ୨୦୨୩ ରେ ୧୮ ବର୍ଷରୁ କମ୍ ବର୍ଗରେ ଅଂଶଗ୍ରହଣ କରି ଅଂଶୁମାନ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି।
ସର୍ବଭାରତୀୟ ସ୍ତରରେ ମୋଟ ୧୬ ଜଣଙ୍କ ମଧ୍ୟରୁ ଠେମେରା ଗ୍ରାମର ଅଂଶୁମାନ ଥିଲେ ଓଡିଶାର ଏକମାତ୍ର ତାରକା।ଏହି ସଫଳତା ଅଂଶୁମାନ ପାଇଥିଲେବି ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ।ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ ଏହା ଜାଣିବା ପରେ ସହଯୋଗର ହାତ ବଢାଇଥିଲେ। ଟେନିସ୍ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଚୟନ ହୋଇ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ଭାରତକୁ ରୌପ୍ୟ ପଦକ ଧରି ଆସିଥିବା ଏହି ଉଦୀୟମାନ ତାରକା ଅଂଶୁମାନ ହେଉଛନ୍ତି ଠେମେରା ଗ୍ରାମର ମୂଳ ନିବାସୀ ସଞ୍ଜିବ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର।ବର୍ତ୍ତମାନ ସେମାନେ ପରିବାର ସହ ସମ୍ବଲପୁରର ଚାରଭାଟିରେ ଅବସ୍ଥାନ କରୁଛନ୍ତି। ଅଂଶୁମାନଙ୍କ ଏହି ସଫଳତା ସର୍ବ ଭାରତୀୟ ସ୍ତରରେ କେବଳ ଗୌରବ ଆଣିନି ବରଂ ଓଡିଶା ଏଥିପାଇଁ ଗର୍ବିତ ଥିବା ନେଇ ଅଂଶୁମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ପକ୍ଷରୁ ଟୁଇଟ କରାଯାଇଛି। ସମ୍ବଲପୁରର ଏହି ଉଦୀୟମାନ ତାରକା ସମଗ୍ର ବିଶ୍ୱରେ ଯେ,ଇତିହାସ ନରଚିବେ କିଏ କହିବ! ଏଭଳି ପ୍ରଶ୍ନ ବାଚକ ଲଗାଇ ଏହି ପ୍ରତିନିଧି ଓଡିଶା.ନ୍ୟୁଜରେ ଯେଉଁ ପୁର୍ବାନୁଭାସ ଦେଇଥିଲେ ତାହାକୁ ମନେ ପକାଇ ଅଂଶୁମାନଙ୍କ ବାପା ପୁଅର ସଫଳତା ପାଇଁ ଓଡିଶା.ନ୍ୟୁଜକୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ସଫଳତା ଅଂଶୁମାନଙ୍କ ଓ ଏହାକୁ ରାଜ୍ୟ ସରକାର ଗ୍ରହଣ କରିଥିବାରୁ ଓଡିଶା ଓ ନିଜ ଭିଟାମାଟିକୁ ଫେରିବା ବେଳେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ କ୍ରୀଡା ସଂଗଠନ ମାନେ କିଭଳି ଉଜ୍ଜସିତ ସମ୍ବର୍ଦ୍ଧନା ଦେଇ ଏହି ଗୌରବାନ୍ବିତ ପ୍ରତିଭାଙ୍କୁ ସମ୍ମାନ ଦେବାକୁ ପ୍ରସ୍ତୁତି ହେବେ ତାହା ଉପରେ ଓଡିଶା.ନ୍ୟୁଜ ନଜର ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ