Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ,ସମ୍ବଲପୁର ପାଇଁ ସ୍ଥାନ ପାଇଲେ ଶୋଭାରାମ

ସମ୍ବଲପୁର(ଭୁବନେଶ୍ବର):୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
ଏହି ୧୪ ଜିଲ୍ଲାର ୧୪ ଜଣ ନୂତନ ଅଧ୍ୟକ୍ଷ ମଧ୍ୟରେ ରହିଛନ୍ତି ସମ୍ବଲପୁରର ଶୋଭାରାମ ପ୍ରଧାନ।ଉଚ୍ଚ ଶିକ୍ଷିତ ଶୋଭାରାମ କଂଗ୍ରେସ ଦଳରୁ ବିଧାୟକ ପାଇଁ ନିଜ ସରକାରୀ ଚାକିରୀ ଛାଡିଥିଲେ । ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷବି ରହିଥିଲେ। କିନ୍ତୁ କଂଗ୍ରେସ ଦଳ ଛାଡି ଶେଷରେ ବିଜେଡିରେ ଯୋଗ ଦେବାର ଦୀର୍ଘ ଦିନ ପରେ ଶୋଭାରାମଙ୍କୁ ବିଜେଡି ସରକାର ଅଧ୍ୟକ୍ଷ ପଦରେ ସ୍ଥାନ ଦେଇଥବାରୁ ଦଳରେ ତାଙ୍କ ଉପସ୍ଥିତି ବର୍ତ୍ତମାନ ଜାହିର ହୋଇଛି।ସେହିପରି ଅନ୍ୟ ଜିଲ୍ଲାର ଅଧ୍ୟକ୍ଷ ମାନେ ହେଲେ ଅନୁଗୁଳ ଜିଲ୍ଲା – ଶ୍ରୀ ସଦାଶିବ ନାୟକ,ବାଲେଶ୍ବର – ଶ୍ରୀ ମଦନ ମୋହନ ମାଝୀ,ବଲାଙ୍ଗୀର – ଶ୍ରୀ ବ୍ରଜମୋହନ ବିଶୋଇ,ବୌଦ୍ଦ – ଶ୍ରୀ ଭଗବାନ କହଁର,ଢେଙ୍କାନାଳ – ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ,ଯାଜପୁର – ଶ୍ରୀ ଲମ୍ବୋଦର ମୁଣ୍ଡା,କଳାହାଣ୍ଡି – ଶ୍ରୀ ଶିବାଜୀ ମାଝୀ,ନୂଆପଡା – ଶ୍ରୀ ଭଗତରାମ ମାଝି,
ଦେବଗଡରୁ ପାଞ୍ଜିଆ ଭୋଇ,ବରଗଡ – ସୁଶୀଳା ଭୋଇ,ଝାରସୁଗୁଡା – ମୋହନ କିଶାନ,ନୟାଗଡ – ଜାନକୀ ଦେହୁରୀ ଓ ଗଞ୍ଜାମ – ବିଦ୍ୟାଧର ଜାନୀ ରହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ