ଲଗାଣ ବର୍ଷାରେ ଧସିଗଲା ଘର ମା ସମେତ ୫ ଶିଶୁ ଆହତ

କୋକସରା:୦୨/୦୮ ଲଗାଣ ବର୍ଷାରେ ଧଶି ଗଲା ଘର ଚାପି ହୋଇ ରହିଲେ ୬ ପ୍ରାଣୀ ଗ୍ରାମବାସୀ ଙ୍କ ଉଦ୍ଧାର ପରେ ଚିକିତ୍ସା ପାଇଁ ଜୟ ପାଟଣା ଡାକ୍ତର ଖାନା ରେ ଭର୍ତ୍ତି କଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ରେ। ଗ୍ରାମର ଲଛମନ ନାଏକ ଘର ଲଗାଣ ବର୍ଷାରେ ଧସି ପଡ଼ିବାରୁ ଘର ଭିତରେ ଥିବା ୬ ପ୍ରାଣୀ ଆହତ ହୋଇଛନ୍ତି । ସେମାନଙ୍କୁ ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଥିବା ବେଳେ ସେମାନଙ୍କ ମଧ୍ୟ ରୁ ୨ ଗୁରୁତର ଥିବା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଶାରେ ବୁଧବାର ସକାଳେ ଲଛମନ ନିଜ କ୍ଷେତ କୁ ଯାଇଥିଲେ ଏହି ସମୟ ରେ ଘରେ ନିଜ ସ୍ତ୍ରୀ ଗୋମନି ନାଏକ ଓ ଝିଅ ପୁଷ୍ପାଞ୍ଜଳୀ (୭), ସାବିତ୍ରୀ (୨) ଓ ପୁଅ ପପୁନ (୪)ସହ ପଡୋଶୀ ଘର ର ଝିଅ ମଞ୍ଜରୀ ନାଏକ (୮) ଓ ପୁଅ ତୁଷାର ନାଏକ (୫) ଏଭିଲି ୬ ଜଣ ରହି ଥିଲେ । ବର୍ଷା ଯୋଗୁଁ ହଠାତ୍ ଇଟା ଘର ଟି ଧସି ପଡ଼ିଥିଲା ଫଳରେ ଘର ଭିତରେ ଥିବା ୬ ଜଣ ଚାପି ହୋଇ ରହି ଯାଇଥିଲେ। ଘର ଭୁଶୁଡ଼ି ବା ଶବ୍ଦ ଶୁଣି ପଡୋଶୀ ଲୋକେ ଦୌଡ଼ି ଆସି ସେ ମାନ ଙ୍କୁ ଉଦ୍ଧାର କରି ଜୟପାଟଣା ଡାକ୍ତର ଖାନ କୁ ସ୍ଥାନାନ୍ତର କରି ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ। ସେମାନଙ୍କ ମଧ୍ୟରୁ ତୁଷାର ଓ ମଞ୍ଜରୀ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ୩ ଶିଶୁ ସମେତ ମହିଳା ଜୟପାଟଣା ଡାକ୍ତର ଖାନ ରେ ଚିକିତ୍ସା ହେଉ ଥିବା ଜଣାପଡିଛି।