Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବର୍ଷା ଆହୁରି ୧୨ ଘଣ୍ଟା, ଓଡ଼ିଶାରେ କମିବ ମହାନଦୀ ଉପରମୁଣ୍ଡରେ ବର୍ଷିବ

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ମୁହାଁଇ ଏହା ଦୁର୍ବଳ ହୋଇ ଅବପାତ ଓ ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାରି ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ଆହୁରି ୧୨ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶାରେ ଯଦିଓ ବର୍ଷା କମିବ କିନ୍ତୁ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ସୂଚନା ଅନୁସାରେ ରାଜ୍ୟର ୧୫ ସହରରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ହେଇଛି। ତେବେ ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ | ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ। ମହାନଦୀ ଉପରମୁଣ୍ଡରେ ୨୬ ରୁ ୩୭ ସେମି ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୮୪ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ଠାରୁ ୫୮୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଆସନ୍ତା ୧୨ ତାରିଖରେ ଆଉ ଏକ ଲଘୁଚାପ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ସକ୍ରିୟ ରହିଥିବାରୁ ସମୁଦ୍ର ଅଶାନ୍ତ ରହିଛି | ଏଣୁ ଆସନ୍ତା ୧୨ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି |

More Stories