Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗା ଯୋଜନା ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ।

କୋକସରା:୦୪/୦୮ କୋକସରା ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ।କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଗୁରୁବାର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ,ଏପିଓ ସୁନିଲ କୁମାର ସାହୁ,ବ୍ଲକ ସାମାଜିକ ସମୀକ୍ଷକ ଜୟ କୁମାର ତାଣ୍ଡି, ଭାରପ୍ରାପ୍ତ ଜିପିଓ ବିରଞ୍ଚି ଖରସେଲ।ଉପସ୍ଥିତ ରହି ଆର୍ଥିକ ବର୍ଷ ୨୦୨୨/୨୩ ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମି ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରେ ହୋଇଥିବା କୋକସରା ବ୍ଲକ ର ୨୨ ପଞ୍ଚାୟତ ର କାର୍ଯ୍ୟ ର ସମୀକ୍ଷା କରିବା ସହ ୨୦୨୨/୨୩ ରେ ହୋଇଥିବା କାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ୨୨ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା,।ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ମିଶନ ଶକ୍ତି ର ମହିଳା।କର୍ମଚାରୀ ମାନେ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ