Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଵସର ପରେ ଗାଁ ରେ ବିଏସଏଫ୍ ଯବାନ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଗାଁ ରେ ଉତ୍ସଵ ର ମାହୋଲ।

କୋକସରା:୦୪/୦୮ ଦେଶ ମାତୃକା ପାଇଁ ସମର୍ପିତ ଜଣେ ବିଏସଏଫ୍ ଯବାନ ଅବସର ନେଇ ଗାଁ କୁ ଫେରିବା ପରେ ଗ୍ରାମବାସୀ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ସମର୍ଦ୍ଧନ ଦିଆଯାଇଛି। ଗାଁ ରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଉତ୍କଣ୍ଠା ରସହ ଯବାନ ଙ୍କୁ ପ୍ରଥମେ ବାଇକ ରେଲି କରି ପ୍ରାୟ ୧ କିମି ଦୂର ଯୁବ ଗୋଷ୍ଟି ସ୍ବାଗତ କରିଥିଲେ ପରେ ଗାଁ ମୁଣ୍ଡରେ ପହଞ୍ଚିଲା ପରେ ତାଙ୍କୁ ବାଜାଗଜା ବଜାଇ ଫୁଲତୋଡା ଦେଇ ସ୍ବାଗତ ସମର୍ଦ୍ଧନା ଦେଇ ଥିବା ବେଳେ କୁନି ଝିଅମାନେ ଦେଶ ଭକ୍ତି ସଙ୍ଗୀତ ରେ ନୃତ୍ୟ ପରିବେଷଣ କରି ଯବାନ କୁ ସ୍ବାଗତ କରିଥିଲେ। ଏଭିଲି ଦୃଶ୍ୟ ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ରେ ଥିବା ନୁଆଗୁଡ଼ା ଗ୍ରାମରେ ନୂଆଗୁଡ଼ାର ଯୁବକ ଦେବରାଜ ମାଝୀ ୨୦୦୩ ମସିହ।ରେ ସିଆପିଏଫ୍ ଯବାନ ୫୧ ବାଟାଲିୟନ ଭାବେ ଭୁବନେଶ୍ୱର ରେ ଯୋଗଦାନ କରି ଦେଶ ସେବାରେ ଯୋଗଦାନ କରିଥିଲେ।ଗତ ୩୧ ତାରିଖ ଦିନ ଚଣ୍ଡୀଗଡ ନିଜ କର୍ମକ୍ଷେତ୍ରରୁ ଅବସର ନେବା ପରେ ନିଜ ଗାଁ କୁ ଫେରିବା ପରେ ଗ୍ରାମବାସୀ ମାନେ ଉତ୍ସାହ ର ସହିତ ତାଙ୍କୁ ସ୍ବାଗତ ସମର୍ଦ୍ଧନ ଦେଇ ଗାଁ ସାରା ପରିକ୍ରମା ପରେ ତାଙ୍କୁ ନିଜ ଘର କୁ ନେଇ ପହଞ୍ଚାଇବା ପରେ ଏକ ଭାବ ବିହ୍ଵଳ ପରିବେଶ ଦେଖା ଦେଇଥିଲା।ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବେଳେ କିଶୋର ଚନ୍ଦ୍ର ସାହୁ, ଦୁଷ୍ମନ୍ତ କୁମାର ସାହୁ, ଜୟରାମ ନାଏକ, ହିମାଂଶୁ ଶେଖର ନାଏକ,ତ୍ରିନାଥ ନାଏକ,ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ଙ୍କ ସହ ସମୁହ ଗ୍ରାମବାସୀ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ