Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗ୍ରାମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ଚିଂହ୍ନଟ ପାଇଁ ତହସିଲଦାର ଙ୍କୁ ପଞ୍ଚାୟତ ଗ୍ରାମସଭା ପକ୍ଷରୁ ଚିଠି।

କୋକସରା:୦୪/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ବ୍ଲକ ସଦର ମହକୁମା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାର୍ଟ ବସଷ୍ଟାଣ୍ଡ, ମିନି ଷ୍ଟାଡିୟମ ସହ ଜିମ,ସ୍ମାର୍ଟ ପାର୍କ ଓ ମୋଡେଲ ସ୍ମଶାନ ନିର୍ମାଣ ପାଇଁ ଅନୁଦାନ ମିଳିଥିବା ବେଳେ ଜାଗା ଚିଂହ୍ନଟ କରି ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ପାଇଁ ଜାଗା ଯୋଗାଇ ଦେବାକୁ ଶୁକ୍ରବାର କୋକସରା ପଞ୍ଚାୟତ ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି। ସୂଚନା ମତେ ପୂର୍ବରୁ କୋକସରା ଗ୍ରାମସଭା ଅଧିବେଶନ ଗତ ୧୨/୦୬/୨୩ ର ବୈଠକରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଏକ ବୈଠକରେ ଏହି ସବୁ ପ୍ରକଳ୍ପ ନିର୍ମାଣ ପାଇଁ ଗ୍ରାମସଭା ଜରିଆରେ ଏକ କମିଟି ଗଠନ କରାଯାଇ ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯାଇଛି। ହେଲେ ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ନିରୂପଣ ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ସ୍ଥାନ ଚିଂହ୍ନଟ କରି ଯୋଗାଇ ଦେବାକୁ ଶୁକ୍ରବାର କୋକସରା ଗ୍ରାମ ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ଗ୍ରାମସଭା କମିଟି ର ସଙ୍ଗଠକ ମହେଶ ଗୁପ୍ତା, ମାନସ ବେହେରା,ଅମୂଲ୍ୟ ବିଶି, ଜିତାମିତ୍ର ପ୍ରଧାନୀ, କ୍ଷୀରସିନ୍ଧୁ ନେଗି, ମାନସ ପ୍ରଧାନୀ, ମହେନ୍ଦ୍ର ପ୍ରଧାନୀ, ସୁରଜ ନାଏକ ପ୍ରମୁଖ ତହସିଲଦାର ଙ୍କୁ ଭେଟି ଶୀଘ୍ର ସ୍ଥାନ ନିରୂପଣ କରି ଯୋଗାଇ ଦେବାକୁ ପଞ୍ଚାୟତ ପକ୍ଷରୁ ଚିଠି ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ