Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ୪ ଦଫା ଦାବି ପୂରଣ ପାଇଁ ରାଜରାସ୍ତା ରେ ଶିକ୍ଷକ ଶିକ୍ଷୟିତ୍ରୀ।

କୋକସରା:୦୫/୮ ରାଜ୍ୟ ଶିକ୍ଷକ ସଙ୍ଗଠନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଶନିବାର ୪ ଦଫା ଦାବି ପୂରଣ ପାଇଁ ରାଜ୍ୟର ୩୧୪ ବ୍ଲକ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ଭାବେ ନ୍ୟାର୍ୟ୍ଯ ଦାବି ହାସଲ ପାଇଁ ରାଜରାସ୍ତା କୁ ଓଲ୍ଲେଇଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ଡାକରା ରେ ସାମିଲ ହୋଇ କୋକସରା ବ୍ଲକ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ କୋକସରା କଲେଜ ଛକ ରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ବାହାରି ନିଜର ନ୍ୟାର୍ୟ୍ଯ ଦାବି ହାସଲ କରିବା ପାଇଁ ନାରାବାଜି କରି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ରେ ଶିକ୍ଷକ ସଂଘ ର ନେତୃବୃନ୍ଦ ମାନେ ନିଜର ଦାବି ସମ୍ପର୍କିତ ପ୍ରତିକ୍ରିୟା ରଖିବା ସହ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୧୬ ତାରିଖ ରୁ ବ୍ଲକ ର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟାରତ ଶିକ୍ଷକ ଶିକ୍ଷୟିତ୍ରୀ ସମୁହ ଶିକ୍ଷାଦାନ ରୁ ବିରତି ରହି ଆନ୍ଦୋଳନ କରି ସମସ୍ତ ସ୍କୁଲ ରେ ତାଲା ବନ୍ଦ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟାରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମି ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକାଲ କୁ ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହ ଏକ୍ସ କେଡର ଶିକ୍ଷକ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା, ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ବେତନ ଲେଭେଲ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବା,ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରଣା ପେନସନ ବ୍ୟବସ୍ଥା ଲାଗୁ କରିବା, ଏକ୍ସ କେଡର ଶିକ୍ଷକ ମାନଙ୍କୁ କେଡର ଭୁକ୍ତ କରିବା ଭଳି ଦାବି ପ୍ରମୁଖ ରହିଛି।ଏନେଇ ଶିକ୍ଷକ ସଂଘ ପକ୍ଷରୁ କୋକସରା ବିଇଓ ରଶ୍ମିତା ନେତମ ଙ୍କ ଜରିଆରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବିର କିଶୋର ନାଗ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ,ସାଧାରଣ ସମ୍ପାଦକ ସୁଭାଷ ଚନ୍ଦ୍ର ବାଗ,ରାଜ୍ୟ ଉପଦେଷ୍ଟା ସଦସ୍ୟ ସତ୍ୟବାନ ପାଣିଗ୍ରାହୀ, ଗୋଷ୍ଠି ସଂଯୋଜକ ଅଜିତ କୁମାର ସାହୁ, ଲିଙ୍ଗରାଜ ନାଏକ, ଭୁଜରାଜ ମାଝୀ, ବୈକୁଣ୍ଠ ଜାଲ,ସୁମନ ଅର୍ପିତ ପଣ୍ଡା1,ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ଦୁଲ୍ଲଭ ଚନ୍ଦ୍ର ପୁଝାରି, ଚନ୍ଦ୍ର ମୋହନ ପୁଝାରି,ଦୟାନିଧି ହଂସ, ଜନ୍ମେଜୟ ପ୍ରଧାନୀ, ମଦନ ଲାଲ ନାଏକ, ଚନ୍ଦ୍ରଭାନୁ ଶୁନା, ଭୁଜରାଜ ଦୁର୍ଗା,ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ଠାକୁର,ନମ୍ରତା ପ୍ରଧାନୀ,ବ୍ୟାପ୍ତି ନାଏକ, ବନଜିନି ଭରଦ୍ବାଜ, ଗୀତାଞ୍ଜଳି ପଣ୍ଡା,ଅନୁ ମଞ୍ଜରୀ ଦେବତା ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ