Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଫାଟକ ଷ୍ଟେସନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ସମ୍ବଲପୁର:ଫାଟକ ରେଲୱେ ଷ୍ଟେସନକୁ ନେଇ ଉଠିଛି ପୁଣି ଏକ ବିବାଦ।ଏହି ଷ୍ଟେସନର ଗୁରୁତ୍ୱକୁ ନେଇ ପ୍ରଣବ ଶତୃଶଲ୍ୟ,ସପନ ମିଶ୍ର,ଆଶିଷ୍‌ ପାଢ଼ୀ,ବିକାଶ ପଣ୍ଡା, ଭୁପେନ୍‌ ସାହୁ,ସଂଜିତ୍‌ ପରିଡ଼ା,ଚତୁର୍ଭୁଜ ସାହୁ ପ୍ରମୂଖ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ନ୍ତି।ସେଥିରେ ଉଲ୍ଲାଖ ଅଛି ଫାଟକ ଷ୍ଟେସନ୍‌ ଦେଇ ତାଳଚେର-ସମ୍ବଲପୁର ରେଳ ଲାଇନ୍‌ ସଂପ୍ରସାରଣ ହୋଇ ନୁଆ ଲାଇନ୍‌ ବିଛା ସରିଛି। ଲୋକେ ସେଥିପାଇଁ ସହଯୋଗ ମଧ୍ୟ କରିଛନ୍ତି। ଏଥିପାଇଁ ଫାଟକ ସ୍ଥିତ ପ୍ଲାଟଫର୍ମ ନଂ-୧ କୁ ଭଙ୍ଗା ଯାଇଛି। ଐତିହାସିକ ଷ୍ଟେସନ୍‌ ବିଲ୍‌ଡ଼ିଙ୍ଗ୍‌କୁ ସ୍ମାରକୀ ଭାବେ ରଖାଯାଇଛି। ଏହାକୁ ସଂଲଗ୍ନ କରି ପ୍ଲାଟଫର୍ମ ପାଇଁ ସ୍ଥାନ ରହିଛି। ସେହି ସ୍ଥାନରେ ସିଦ୍ଦେଶ୍ବରବେର୍ଣ୍ନା ଆଡ଼କୁ ପ୍ଲଟଫର୍ମ କରାଯିବାକୁ ଦାବୀ କରାଯାଇଛି। ମରାମତି ଆଳରେ ରେଳ କର୍ତ୍ତୃପକ୍ଷ ଏଠାରେ ଥିବା ଟିକଟ ଘରର କମ୍ପୁଟର୍‌କୁ ଉଠାଇ ନେଇ ଥିଲେ। ତାକୁ ତୁରନ୍ତ ପୁନ-ସ୍ଥାପନ କରି ଅତି ଦରକାରୀ ଟିକଟ୍‌ ଘରକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପ୍ରତ୍ୟହଃ ଶହ ଶହ ଲୋକେ ରେଳ ଲାଇନ୍‌କୁ ବିପଦ୍‌ଜନକ ଭାବେ ଅତିକ୍ରମ କରୁଛନ୍ତି। କାରଣ ପ୍ଲାଟଫର୍ମରେ ପୂର୍ବରୁ ଥିବା ରେଲୱେ ଓଭର୍‌ ବ୍ରିଜ୍‌କୁ ମଧ୍ୟ ଅପସାରିତ କରିନିଆଯାଇଥିଲା। ଉଭୟ ପଟରୁ ଜିଏମ୍‌ୟୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ପାରି ହେବାରେ ଅନେକ ଅସୁବିଧା ହେଉଛି। ଦୁଇ ଚକିଆ ଯାନ ନେବା ଆଣିବା ସୁବିଧା ଥିବା ଫାଟ୍‌ ଓଭର୍‌ ବ୍ରିଜ୍‌ କରିବା ନିହାତି ଆବଶ୍ୟକ ବୋଲି ସ୍ମାରକ ପତ୍ରରେ କୁହାଯାଇଛି। ଏଥିପାଇଁ ପେଡ଼େଷ୍ଟାଲ୍‌ ତିଆରି କରିବା ଜରୁରୀ ହୋଇ ଥିବାରୁ ଏହା ସହିତ ପ୍ଲାଟଫର୍ମ ପିଣ୍ଡା ତିଆରି କରିବାରେ ଅସୁବିଧା ନାହିଁ। ସମସ୍ତ ଲୋକାଲ୍‌,ପେସେଞର୍‌,ଡିଏମ୍‌ୟୁ,ମେମୁ ଓ ଇଣ୍ଟର୍‌ ସିଟି ଟ୍ରେନ୍‌ ଫାଟକ ଷ୍ଟେସନ ଠାରେ ହଲ୍ଟ୍‌/ରହଣୀ କରିବା ନିହାତି ଆବଶ୍ୟକ। ଜନ ମଙ୍ଗଳ ରାଷ୍ଟ୍ରରେ ଏଭଳି ଏକ ଅତି ଆବଶ୍ୟକୀୟ ଶତାଧିକ ପୁରୁଣା ଷ୍ଟେସନ୍‌କୁ ଅତି ପାଖରେ କ୍ଷେତ୍‌ରାଜ୍‌ପୁର୍‌ ଷ୍ଟେସନ୍‌ ଅଛି ବୋଲି ଦ୍ବାହି ଦେଇ ଫାଟକ ଷ୍ଟେସନ୍‌କୁ ସଂପୂର୍ଣ ଉଛ୍ଛେଦ କରିବା ଜନ ବିରୋଧି ପଦକ୍ଷେପକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଏହି ସ୍ମାରକ ପତ୍ର ରେ ଦର୍ଶା ଯାଇଛି।ଏଥିପାଇଁ ଅତି ଶୀଘ୍ର ଅନ୍ୟାନ୍ୟ ସମସ୍ତ ଗଣ ସଂଗଠନକୁ ନେଇ ପୁନର୍ବାର ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ