Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି ଜଳସ୍ତର, ହୀରାକୁଦର ୨୦ଟି ଗେଟରେ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର: ମହାନଦୀର ଉପର ମୁଣ୍ଡରୁ ଜଳପ୍ରବାହ କମିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୪୯ହଜାର କ୍ୟୁସେକ୍ ପାଣି ନିଷ୍ଟାସିତ ହେଉଛି । ବାମ ପାର୍ଶ୍ଵରେ ୧୩ଟି ଏବଂ ଡାହାଣ ପାର୍ଶ୍ଵରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ବର୍ତ୍ତମାନ ମୁଣ୍ଡଳୀରେ ୪ ଲକ୍ଷ ୨୬ହଜାର କ୍ୟୁସେକ୍ ଜଳ ପ୍ରବାହତି ହେଉଛି । ତେଣୁ ମହାନଦୀର ତଳମୁଣ୍ଡରେ ବନ୍ୟା ଭୟ ନାହିଁ । ତେବେ ଗତକାଲି ସାଢ଼େ ୪ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ସନ୍ଧ୍ୟା ୬ଟାରେ ଏହା ୨,୬୦,୦୧୯ କ୍ୟୁସେକ୍‌କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୨୧.୭୧ ଫୁଟ୍‌ ରହିଥିଲା ଓ ଜଳଭଣ୍ଡାରରୁ ୩,୩୭,୩୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ସୂଚନାଯୋଗ୍ୟ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ତଳମୁଣ୍ଡ ଅର୍ଥାତ ନିମ୍ନ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବନ୍ୟା ଆସିଥିଲା। ଗୋଟିଏ ପଟେ ଜଳସ୍ତର କମୁଥିବା ବେଳେ ଅନ୍ୟପଟେ ହୀରାକୁଦରୁ ୨୦ଟି ଗେଟରେ ଜଳ ନିଷ୍କାସନ ତଳମୁଣ୍ଡରେ ଚିନ୍ତା ବଢାଇଥିଲା। କିନ୍ତୁ ଏବେ ଜଳଭଣ୍ଡାରରୁ ଜଳସ୍ତର କମିବା ଫଳରେ ତଳମୁଣ୍ଡରେ ବନ୍ୟାର କୌଣସି ଆଶଙ୍କା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ