Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆବେଦନ ଅବଧି ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କୁ ଓଜେୟୁର କୃତଜ୍ଞତା ଜ୍ଞାପନ

ସମ୍ବଲପୁର:ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ଆବେଦନ ଅବଧି ବୃଦ୍ଧି ପାଇଛି I ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି I ସରକାର ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା କୃତଜ୍ଞତା ଜ୍ଞାପନ କରିଛି I ତେବେ, ପ୍ରଥମ କରି ଚଳିତ ବର୍ଷ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜିକରଣ ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଥିଲା I ବହୁ ସାମ୍ବାଦିକ ସରକାରଙ୍କ ଏହି ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା I ଏଭଳି ସ୍ଥିତିରେ ଗତ ୨୬ ତାରିଖ ଦିନ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଆବେଦନ କରିବାର ଅବଧି ତାରିଖ ବୃଦ୍ଧି କରିବା ପାଇଁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ଜ଼ିଲ୍ଲାପାଳଙ୍କ ଜରିଆରେ ଦାବି କରାଯାଇଥିଲା I ସମସ୍ୟାକୁ ଦୃଷ୍ଟିରେ ରଖି ଦାବି ମୁତାବକ ଆବେଦନ କରିବାର ଅବଧି ତାରିଖ ସରକାର ବୃଦ୍ଧି କରିଥିବାରୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ଶ୍ରବଣ ପତି, ସମୀର ଷଡ଼ଙ୍ଗୀ, ରାଜେଶ ବିଭାର, ସତ୍ୟଜିତ ମହାପାତ୍ର, ଲଳିତ ଶର୍ମା, ସୁବ୍ରତ ପାଢ଼ୀ, ମାନସ ନାୟକ, ନିଉଟନ ରାୟ, ନବୀନ ଦାଶ, ଗୁଣମଣୀ ବିଶ୍ୱାଳ, ଚୈତନ୍ୟ କୁମାର ନାୟକ, ଅମଳେନ୍ଦୁ ନାୟକ, ହରି ଶଙ୍କର ମିଶ୍ର, ମାନସ ସାହୁ, କୁନ୍ଦୁରୁ ଦାଶ, ନିଲୁ ସାହୁ, ଅନିଲ ଶ୍ରୀରାମକା, ସଂଜିପ ପାଣିଗ୍ରାହୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରିଛନ୍ତି I