Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ପକ୍ଷରୁ ସଚିବଙ୍କୁ ଦାବିପତ୍ର

ଜମନକିରା ; ଆଜି ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ସଭାପତି ଚନ୍ଦ୍ରମଣି ତାଇୱାନଙ୍କ ନେତୃତ୍ୱରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ରୂପା ରୋସନ ସାହୁଙ୍କୁ ସାକ୍ଷାତ କରି ସଂଘ ତରଫରୁ ୧୫ ଦଫା ଦାବି ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀର ସଭ୍ୟ ସଭ୍ୟା ମାନେ ସାମିଲ ଥିଲେ। ସଚିବଙ୍କୁ ସାକ୍ଷାତ ଏବଂ ଦାବିପତ୍ର ପ୍ରଦାନ ପରେ ବିଭାଗୀୟ ଅନ୍ୟ ପଦାଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ବିଭାଗୀୟ ଶିକ୍ଷକ ମାନଙ୍କ ୧୫ ଦଫା ଦାବିକୁ ସହୃଦୟତାର ସହ ଗ୍ରହଣ କରି ଆସନ୍ତା ସେପ୍ଟେମ୍ବର ମାସରେ ସେମାନଙ୍କ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି ଶ୍ରୀମତୀ ସାହୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସଂଘର ସାଧାରଣ ସଂପାଦକ ବିଜୟ କୁମାର ରଥ, ମହିଳା ପ୍ରତିନିଧି ଝରାମଣି ଦେଈ, କୋଷାଧ୍ୟକ୍ଷ କାଳୀ କିଙ୍କର ପଟ୍ଟନାୟକ, ଉପ-ସଭାପତି ଦୈତାରି ଦିଶାଲ, ସଂଘର ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ଜଗତ, ମଣ୍ଡଳ ସ୍ତରୀୟ ସଂପାଦକ ପ୍ରଫୁଲ୍ଲ ଜଗତ, ତୀର୍ଥରାଜ ନାୟକ, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ମୁଖପାତ୍ର ଶ୍ରୀ ଜଗତ ପରିଚାଳନା କରିଥିଲେ।

More Stories