ଏହି ରାଶିର ବ୍ୟବସାୟୀ ଉପକୃତ ହେବେ, ଆଜି ଏମିତି କଟିବ ଆପଣଙ୍କ ଦିନ


ମେଷ – ଗୃହରେ ସାମାନ୍ୟ କଳହ ଯୋଗ ରହିଛି, ଯାହାକୁ ନେଇ ଆପଣ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ରହିବେ । ପାଠପଢାରେ ଛାତ୍ରଛାତ୍ରୀଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ବୃଷ – କର୍ମ କ୍ଷେତ୍ରରେ ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରତିରୋଧର ଶିକାର ହେବାକୁ ପଡ଼ିପାରେ।

ମିଥୁନ – କର୍ମ କ୍ଷେତ୍ରରେ ଆଜି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବା ସହ କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି ।

କର୍କଟ – ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ । ବ୍ୟବସାୟରେ ଆୟ ବ୍ୟୟ ସମାନ ହେବ । ଛାତ୍ରଛାତ୍ରୀ ମାନେ ଖେଳକୁଦ ରେ ମନୋନିବେଶ କରିବେ ।

ସିଂହ – ଧର୍ମ କର୍ମରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି ।ଚଭାଗ୍ୟ ସାଥ ଦେବ ।

କନ୍ୟା – କର୍ମକ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇ ପାରନ୍ତି। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ବ୍ୟବସାୟରେ କମ ଲାଭ ମିଳିବ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା – ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟାର ଆଜି ସମୂଳ ସମାଧାନ ହେବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା – ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ।  ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ – ଭକ୍ତି ଭାବରେ ଦିନଟି କଟିବ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ । ଛାତ୍ର ଛାତ୍ରୀ ପାଇଁ ଦିନଟି ଅନୁକୂଳ ନୁହେଁ। ରୋଜଗାରର ନୂଆ ପନ୍ଥା ଆଜି ଆପଣଙ୍କୁ ଦେଖା ଦେବ ।

ମକର – ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ଖୋଜିବେ । ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ – କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ – ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ । ଯଶହାନି ଘଟିବାର ସମ୍ଭାବନା ରହିଛି। ବ୍ୟବସାୟ ରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।