Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ପାଳନ ପାଇଁ କୋକସରା ବ୍ଲକ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୮/୦୮ ୭୭ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୋମବାର କୋକସରା ବ୍ଲକ।କାର୍ଯ୍ୟାଳୟ ସଭାଗୃହ ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ର କର୍ମଚାରୀ, କର୍ମକର୍ତ୍ତା ଓ କୋକସରା ଗ୍ରାମର ସଚେତନ ନାଗରିକ।ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ ର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଥିଲେ। ପ୍ରତିବର୍ଷ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ରଚନା, ସାଧାରଣ ଜ୍ଞାନ, ଗୀତ ନାଚ ପ୍ରତିଯୋଗିତା ସହ ମଞ୍ଚ ରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତୁତି ବୈଠକରେ ତହସିଲଦାର ଦେବବ୍ରତ କରାଟି,ବରିଷ୍ଠ ନାଗରିକ ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଚରଣ ଧ. ମାଝୀ, ରାମଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ଅଇରୀ ନାସନ ଚିନ୍ଦା, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ଦୀନବନ୍ଧୁ କର, ତ୍ରିଭୁବନ ନାଏକ, ସୁଶାନ୍ତ ବେହେରା, ପ୍ରମୋଦ ପ୍ରଧାନୀ, ଦେବରାଜ ମାଝୀ, ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ, କନିଷ୍ଠ ଯନ୍ତ୍ରୀ କୀର୍ତି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।ଶେଷରେ ବିଏସଏସଓ ଦୀପକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ