Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଓ ମହିଳାଙ୍କୁ ନେଇ ଅଭିନବ ପ୍ରତିଯୋଗିତା

ସମ୍ବଲପୁର:ସମ୍ବଲପୁରୀ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରାଣିନୀ ପ୍ରାଜ୍ଞଙ୍କ କଲ୍ଚରାଲ ଏକାଡେମୀ ପକ୍ଷରୁ ପଶ୍ଚିମ ଓଡ଼ିଶା ସ୍ତରୀୟ ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ ଇନ୍ଟାଗ୍ରାମରେ ରିଲ୍ସ୍ କରୁଥିବା ଶିଶୁ ଓ ମହିଳା ପ୍ରତିଯୋଗୀଙ୍କୁ ନେଇ ସ୍ଥାନୀୟ ସାଂସ୍କୃତିକ ସମାଜ ଭବନଠାରେ ଏକ ଭିନ୍ନ ଧରଣର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲାରୁ ବହୁ ପ୍ରତିଯୋଗୀ ଭାଗ ନେବା ସହ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜିକା କବିତା ପୁରୋହିତ, ସମ୍ବଲପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସମ୍ବଲପୁର ଫାଟକ ପି.କେ. ଏକାଡେମୀର ଅଧ୍ୟକ୍ଷ ପ୍ରକାଶ ଡାଙ୍ଗ, ଜଣାଶୁଣା ଅଭିନେତା ପ୍ରମୋଦ ମହାପାତ୍ର, ହାସ୍ୟ ଅଭିନେତା ଯୋଗେଶ ଯୋଜୋ, ଟିଙ୍କୁ ଟିଙ୍ଗାଲୁ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିତ୍ବମାନେ ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ