Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର, ନୂଆ ଓଡ଼ିଶା ଯୋଜନାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ଵର: ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ନୂତନ ଯୋଜନା ଭାବେ ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ୩ ବର୍ଷରେ ଏହି ଯୋଜନା ଜରିଆରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ। ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏଥିସହ ରାଜ୍ୟରେ ୩୦ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ଯୁବ ପିଢିଙ୍କୁ ସୁଯୋଗ ଦିଆଯିବ। ନାଇଜର ପରିସରରେ ଟାଟା ମେମୋରିଆଲ ପକ୍ଷରୁ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ୪୮.୮୪୨ ଏକର ଜମି ଯୋଗାଇ ଦେବେ। ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ। ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି।

ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରୀ, ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରି ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା ଦିଆଯିବ। ରାଜ୍ୟର ୪୩୭୩ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ପ୍ରସ୍ତାବରେ ମୋହର ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ