Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତ୍ନୀ ହତ୍ୟା ମାମଲାରେ ରାମମୂର୍ତ୍ତି ଗମାଙ୍ଗଙ୍କୁ ବଡ଼ ଆଶ୍ଵସ୍ତି, ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ଵର: ପତ୍ନୀ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ବଡ଼ ଆଶ୍ଵସ୍ତି। ମାମଲାରେ ତାଙ୍କୁ ଜାମିନ ମିଳିଛି। ରାମମୂର୍ତ୍ତିଙ୍କୁ ଭୁବନେଶ୍ଵର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆବେଦନ ଉପରେ ଶୁଣାଣି କରି ଶୁକ୍ରବାର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୫ରେ ଭୁବନେଶ୍ଵର କ୍ଵାର୍ଟର୍ସରୁ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀଙ୍କ ମୃତଦେହ ମିଳିଥିଲା। ରାମମୂର୍ତ୍ତି ନିଜ ପତ୍ନୀଙ୍କୁ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବାସଭବନ ଡିଏସ ୧୮/୧ରୁ ତାଙ୍କ ପତ୍ନୀଙ୍କ ମୃତଦେହ ମିଳିଥିଲା। ହତ୍ୟା ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିବା ଜଣା ପଡ଼ିଥିଲା। ୧୯୯୫ରେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୂର୍ବତନ ବିଧାୟକ ଗତ ଜୁନ ୨୪ରେ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବିରୁଦ୍ଧରେ ୧୧ ଜଣ ସାକ୍ଷୀ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ରାମମୂର୍ତ୍ତି ଗମାଙ୍ଗ ଦୁଇ ଥର ଗୁଣପୁର ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୦ ମସିହାରେ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ