Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝଲସିବ ଡୋକାରିଚଞ୍ଚରା ୱବୁଓଡିସି ପକ୍ଷରୁ ୧କୋଟି ୨ ଲକ୍ଷ ଅନୁଦାନ ଘୋଷଣା।

କୋକସରା(ଆପ୍)୧୧/୦୮ କଳାହାଣ୍ଡି ର ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ଅନନ୍ୟ ଓ ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଳଟିଥିବା ପର୍ଯ୍ୟଟନ ସ୍ଥଳୀ ହେଉଛି କୋକସରା ବ୍ଲକର ଗୁଡହାଣ୍ଡି ଡୋକରୀଚଞ୍ଚରା । ଏକ ପୁରାତନ ତଥା ଐତିହ ସମ୍ପନ୍ନ ଗୁଡହାଣ୍ଡି ଆମ ଉନ୍ନତ ସଭ୍ୟତା, ସଂସ୍କୃତି ଓ କଳାର ମୂକସାକ୍ଷୀ । ପ୍ରାକ ଐତିହାସିକ ଯୁଗର ଗୁଡହାଣ୍ଡି ଗୁମ୍ଫା ଏହି ପର୍ଯ୍ୟଟନ ସ୍ଥଳୀକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର ବିଗତ ଦିନରେ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବାକୁ ଆସିଥିବା ବେଳେ ସ୍ଥାନୀୟ ବିଧାୟକ ମୋୖଷଧି ବାଗ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।ଏହାକୁ ଦୃଷ୍ଟିରେ ରଖି ଓ କଳାହାଣ୍ଡିର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୧ କୋଟି ୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଯାହାକୁ ନେଇ ଧର୍ମଗଡ଼ ବିଧାୟକ ଓ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ସ୍ଥାନୀୟ ନେତୃବୃନ୍ଦ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।