Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିବି ବଞ୍ଚିଛି ମାନବିକତା, ମାନସିକ ବିକାର ମହିଳା ଙ୍କୁ ଉଦ୍ଧାର କରି ମେସେନାରୀ ପଠାଇଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୧୧/୦୮ ଜଣେ ଅସହାୟ ମାନସିକ ବିକୃତ ବୃଦ୍ଧା ମହିଳା ଦିର୍ଘ ଦିନ ହେବ କୋକସରା ବ୍ଲକ କୋକସରା ସହର ର ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ। ବୃଦ୍ଧା ମହିଳା ଜଣକ କୁଆଡୁ ଆସି ଦିର୍ଘ ମାସ ହେବ ଜାତୀୟ ରାଜପଥ କଡ ରେ ଖରାବର୍ଷା ରେ ରହି ଆସୁଥିଲେ। ଶୁକ୍ରବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବ୍ଲକ କୁ ଆସିବା ବାଟରେ କଲେଜ ଛକ ନିକଟରେ ମାନସିକ ବିକାର ବୃଦ୍ଧା ମହିଳା ଜଣକ ତାଙ୍କ ଗାଡି ସାମନା କୁ ଆସି କିଛି ଖାଇବାକୁ ମାଗିଥିଲେ। ମହିଳା ଙ୍କ ଦେହରେ କୌଣସି ବସ୍ତ୍ର ନଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଗାଡି ରୁ ଓଲ୍ଲେଇ ତାଙ୍କ ସହଯୋଗୀ ଙ୍କ ସାହାଯ୍ୟ ରେ ମହିଳା ଙ୍କୁ ପ୍ରଥମେ କୋକସରା ଡାକ୍ତରଖାନା ରେ ନେଇ ଦେଖାଇବା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଓ ବ୍ଲକ ପ୍ରଶାସନ କୁ ଜଣାଇ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କୁ ଚିଠି କରାଇ ମାନସିକ ବିକାର ବୃଦ୍ଧା ମହିଳା ଙ୍କୁ ଧର୍ମଗଡ଼ ଠାରେ ଥିବା ମେସିନାରୀ ଅଫ ଚାରିଟି କୁ ନିଜେ ଗାଡି ଭଡ଼ା କରି ଆଶା କର୍ମି ଜାଜ୍ଞାସେନି ମହାନ୍ତି, ସସ୍ମିତା ବାଗ,ଯୁବ ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ଓ ମହିଳା ହୋମ ଗାର୍ଡ ଭୂମି ବେମାଲ ଙ୍କ ସହାୟତା ରେ ନେଇ ଛାଡି ଆସିଛନ୍ତି। ତେବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଅନେକ ସମୟର ଜନ ସେବା ସହ ସମାଜସେବା କରି କୋକସରା ଅଞ୍ଚଳ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କର ଏହି ମାନବସେବା କୁ ଅଞ୍ଚଳ ର ଜନସାଧାରଣ ପ୍ରସଂଶା କରିଛନ୍ତି।