Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ବର୍ଷ ପରେ ନାରୀ ସେବା ସଦନ ନିର୍ବାଚନ:ସଞ୍ଜୁକ୍ତା ସଭାପତି, ସେବାରାଣୀ ସଂପାଦିକା

ସମ୍ବଲପୁର:ଦୀର୍ଘ ସାତ ବର୍ଷ ପରେ ନାରୀ ସେବା ସଦନର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ବହୁମତରେ ସଂଯୁକ୍ତା ହୋତା ସଭାପତି ଓ ସେବାରାଣୀ ପଣ୍ଡା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ସୁଷମା ଦାଶ କୋଷାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।ନିଲିମା ପଟ୍ଟନାୟକ ଉପ-ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ସୌଦାମିନି ନନ୍ଦ ନିର୍ବାଚନ ଅଫିସର୍‌ ଦାୟିତ୍ବ ତୁଲାଇଥିଲେ। ବିଦାୟୀ ସଭାପତି ରାଜେଶ୍ବରୀ ଜେନା ଓ ସଂପାଦିକା କଳ୍ପନା ପ୍ରଧାନ ମଧ୍ୟ ନିର୍ବାଚନରେ ଅବତୀର୍ଣ ହୋଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟଯେ ବହୁବର୍ଷଧରି ନୀରୀ ସେବା ସଦନର ନିୟମିତ ବ୍ୟବଧାନରେ ନିର୍ବାଚନ ହେଉ ନ ଥିଲା। ଏଥିପାଇଁ ଅନେକ ସଦସ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଅନୁଷ୍ଟାନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଡାକି ପୂର୍ବରୁ ବୈଠକ ମଧ୍ୟ କରିଥିଲେ। ସେ ଏକ ଲିଖିତ ନିର୍ଦ୍ଧେଶରେ ଅତି ଶୀଘ୍ର ନିର୍ବାଚନ କରାଇବା ଓ ଅନୁଷ୍ଠାନର କାର୍ଯ୍ୟଗୁଡ଼ିକର ଆୟ-ବ୍ୟୟର ଅଡ଼ିଟ୍‌ କରିବାକୁ ଆଦେଶ ମଧ୍ୟ ଦେଇଥିଲେ।
ବହୁ ଦିନ ଧରି ଏ ବାବଦରେ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ଛକାପଂଜା ଚାଲିଥିଲା।ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କ ସହ ଆରକ୍ଷୀ ସହାୟକ ମଧ୍ୟ ଉପସ୍ଥିତ ଥିଲେ।
ଶେଷରେ ନିର୍ବାଚନ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିବାରୁ ସଦସ୍ୟମାନଙ୍କ ମଧ୍ୟରେ ଆଶ୍ବସ୍ତିର ଲହରୀ ଖେଳିଯାଇଛି।
ନବ ନିର୍ବାଚିତ ସଭାପତି ସଂଯୁକ୍ତା ହୋତା ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ଆଗାମୀ ଦିନରେ ନୀରୀ ଶିକ୍ଷା ଓ ନାରୀ ସ୍ବାବଲମ୍ବନଶୀଳତା କାର୍ଯ୍ୟକ୍ରମ ହିଁ ଅନୁଷ୍ଠାନର ପ୍ରାଥମିକତା ହେବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ