Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।।

କୋକସରା:୧୧/୦୮ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଶୁକ୍ରବାର ଏନେଇ କୋକସରା ବ୍ଲକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଉପସ୍ଥିତ ସମସ୍ତ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ମାନେ ଦେଶ ମାତୃକା ଉଦ୍ଦେଶ୍ୟ ରେ ପୂଜାର୍ଚ୍ଚନା କରିବା ପରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ମୋଟେର ମଣ୍ଡଳ ସଭାପତି ସ୍ଵୟମ୍ବର ବାଗ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି।,ବ୍ଲକ ସମ୍ପାଦକ ତ୍ରିନାଥ ବାଗ, ମଣ୍ଡଳ ସମ୍ପାଦକ ମନୋଜ ନାଏକ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ନୀଳକଣ୍ଠ ମାଝୀ ନରେନ୍ଦ୍ର ପ୍ରଧାନୀ, ଧର୍ମାନନ୍ଦ ନେଗି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରୁ ଆୟୋଜନ ବିଷୟରେ ଆଲୋଚନା କରିଥିଲେ।