Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତ୍ନୀ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ।

କୋକସରା:୧୨/୦୮ କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ଭାସ୍କର ଗୋପାଳ ଙ୍କ ସ୍ତ୍ରୀ ପ୍ରେମଳତା ଗତ ଦିନ ଘର ମଧ୍ୟରେ ବେକ ରେ ଶାଢ଼ୀ ଫାଶ ଦେଇ ମରି ପଡିଥିବା ବେଳେ ମୃତ ମହିଳା ଙ୍କ ବାପା ଘର କୁ ନ ଜଣାଇ ସ୍ୱାମୀ ଭାସ୍କର ଗୋପାଳ ମୃତ ପତ୍ନୀ ର ଶବ କୁ ନେଇ ଗାଁ ମଶାଣି ରେ ପୋଡି ଦେବାକୁ ପ୍ରସ୍ତୁତି ଚଳାଇ ଥିବା ବେଳେ ମୃତ ମହିଳା ଙ୍କ ବାପା ଘର ପକ୍ଷରୁ କୋକସରା ପୋଲିସ ରେ ଅଭିଯୋଗ ପରେ ପୋଲିସ ମଶାଣି ରୁ ଶବ ଜବତ କରିଥିଲେ।ପରେ ଏନେଇ ବାପା ଘନ ନାଗ ଝିଅ କୁ ତାର ସ୍ୱାମୀ ଭାସ୍କର ଗୋପାଳ,ଶ୍ବଶୁର ଶାଶୁ ମିଶି ମାରି ଦେଇଥିବା ନେଇ କୋକସରା ଥାନା ରେ ଅଭିଯୋଗ କରିଥିଲେ। ଏହି ଘଟଣା ରେ ଭାସ୍କର କୁ ଗିରଫ କରି ଶନିବାର କୋକସରା ପୋଲିସ ହତ୍ୟା ମାମଲା ରୁଜୁ କରି ଥାନା କେଶ ନମ୍ବର ୨୧୦/୨୩ ରେ କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରିଣୀ ରନିତା ପ୍ରଧାନ ସୂଚନା ଦେଇଛନ୍ତି।