Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମୁଡ଼ାମୁଣ୍ଡା ରେ କାଦୁଅ ରାସ୍ତା ,ଖବର ପରେ ମରାମତି ହେଲା

କୋକସରା:୧୩/୦୮ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମର ବସ୍ତି ମଧ୍ୟରେ ଥିବା କଂକ୍ରିଟ ରାସ୍ତା ଅଲ୍ପ ବର୍ଷା କାଦୁଅ ହୋଇ ଗ୍ରାମବାସୀ ଙ୍କ ପାଇଁ ଯାତାୟାତ ରେ ସମସ୍ୟା ଦେଖାଦେଇଥିଲା, ଏନେଇ ଗ୍ରାମବାସୀ ମାନେ କାଉଡୋଳା ପଞ୍ଚାୟତ ସରପଞ୍ଚ ଓ ପିଇଓ ଙ୍କୁ ରାସ୍ତା ସଫା କରିବା ପାଇଁ ଅଭିଯୋଗ କରିବା ପରେ ମଧ୍ୟ କୌଣସି କର୍ଣ୍ଣପାତ କରିନଥିଲେ ପଞ୍ଚାୟତ କର୍ତ୍ତୃପକ୍ଷ। ଏନେଇ ଗ୍ରାମବାସୀ ମାନେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଭିଯୋଗ ପରେ ଏନେଇ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ପରେ ଗ୍ରାମବାସୀ ଙ୍କ ସମସ୍ୟା କୁ ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ତତ୍ପରତା ଦେଖାଇ ନିଜେ ଉପସ୍ଥିତ ରହି କୁମୁଡ଼ାମୁଣ୍ଡା ଗ୍ରାମର ରାସ୍ତାରେ ଥିବା କାଦୁଅ ସଫା କରିବା ପାଇଁ ଜେସିବି ମେସିନ ଲଗାଇ ରାସ୍ତା ର କାଦୁଅ ମଇଳା ଆବର୍ଜନା କୁ ନିଷ୍କାସନ କରିବା ପରେ ଗ୍ରାମ ର ରାସ୍ତା ଏବେ ଯାତାୟାତ କରିବା ଉପଯୋଗୀ ହୋଇଛି।।ବ୍ଲକ ଉପାଧ୍ୟକ୍ଷ ଙ୍କ ଏହି ଜନସେବା କୁ କୁମୁଡ଼ାମୁଣ୍ଡା ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି।