Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ କ୍ୟାମ୍ପସ ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କଲେ ଡୁଡୁକାଠେଙ୍ଗାପଞ୍ଚାୟତ ବାସୀ

କୋକସରା:୧୪/୦୮ କଥାରେ ଅଛି ଏକତା ହିଁ ବଲ, ଆଉ ଏହାକୁ କଥାରେ ନୁହେଁ କାମ ରେ କରି ଦେଖାଇଛନ୍ତି କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ର ଗ୍ରାମବାସୀ। ପଞ୍ଚାୟତ ରେ ଥିବା ଏକମାତ୍ର ଉଚ୍ଚ ବିଦ୍ୟାଳୟ ପୂର୍ବରୁ ଜଣେ ବ୍ୟକ୍ତି ଦେଇଥିବା ଜମି ଦାନ ରେ ନିର୍ମାଣ ହୋଇ ଦୀର୍ଘବର୍ଷ ଧରି ଚାଲି ଆସୁଥିବାବେଳେ ବର୍ତ୍ତମାନ ଏହି ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସ୍କୁଲ ରେ ରୂପାନ୍ତରିତ ହେବାପରେ ପୂର୍ବରୁ ଜମିଦାନ କରିଥିବା ବ୍ୟକ୍ତି ନିଜ କଥା ରୁ ଓହରି ଯାଇ ସ୍କୁଲ ନିର୍ମାଣ ପାଇଁ ମନା କରିବାରୁ ଚିନ୍ତା ରେ ପଡ଼ିଥିଲେ ଗ୍ରାମବାସୀ, ତେବେ ଏହି ସମୟରେ ପଞ୍ଚାୟତ ର ଦୁଇଜଣ ବୃଦ୍ଧା ପୂର୍ଣ୍ଣି ମୁଲକିଆ ଓ ବେଳମତି ମାଝୀ ବଦାନ୍ୟତା ଦେଖାଇ ନିଜ ନାମରେ ଥିବା ପ୍ରାୟ ୨୫/୪୪ ଦେଶମିଳ ଜମି ନୂତନ ସ୍କୁଲନିର୍ମାଣ ପାଇଁ ଦାନ କରି ମହାନତା ଦେଖାଇଥିବା ବେଳେ ଗତ କିଛିଦିନ ତଳେ ନୂତନ ସ୍କୁଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟକ ମୋୖ ଷ ଧି ବାଗ, ପୁର୍ବତନ।ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ ବାଗ,ସରପଞ୍ଚ ହରିପ୍ରିୟା ନାଗ ଙ୍କ ଉପସ୍ଥିତି ରେ କରାଯାଥିଲା, ତେବେ ୫ ଟି ରେ ସାମିଲ ହେବାପରେ ମଧ୍ୟ ସ୍କୁଲ ନିର୍ମାଣ ପାଇଁ ମିଳିଥିବା ଅନୁଦାନ କମ ପଡିବାରୁ ମୋ ସ୍କୁଲ ନିର୍ମାଣ ପାଇଁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ସରପଞ୍ଚ ହରିପ୍ରିୟା ନାଗ ଙ୍କ ନେତୃତ୍ୱରେ ସ୍କୁଲ ନିର୍ମାଣ ପାଇଁ ୧୦ ଲକ୍ଷ ଅନୁଦାନ ସଂଗ୍ରହ ପାଇଁ ମୁକ୍ତ ହସ୍ତରେ ଦାନ ଅଭିଯାନ ଗତ ୫ ତାରିଖ ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଏହି ଅବିଯାନ ରେ ପଂଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମ ରୁ ପୁରାତନ ଛାତ୍ରଛାତ୍ରୀ, ଆଲୁମିନା, ବଦାନ୍ୟ ବ୍ୟକ୍ତି ବିଶେଷ, ଜନସାଧାରଣ ମାନେ ସ୍କୁଲ ନିର୍ମାଣ ସକାଶେ ନିଜ ସାଧ୍ୟ ମତେ ଦାନ କରିଛନ୍ତି, ଫଳରେ ସ୍କୁଲ କ୍ୟାମ୍ପସ ନିର୍ମାଣ ପାଇଁ ବାଟ ଫିଟିଛି। କୋକସରା ବ୍ଲକ ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଜଣେ ଜନ ପ୍ରତିନିଧି ର ଦାୟିତ୍ୱ କଣ ତାହା କୁ ନୂଆ ପରିଭାଷା ଦେଇଛନ୍ତି ଓ ଡୁ ଡୁ କା ଠେଙ୍ଗା ପଂଚାୟତ ର ସମସ୍ତ ଜନସାଧାରଣ ଙ୍କୁ ନିଜ ପକ୍ଷରୁ।କୃତଜ୍ଞତା ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ସମେତ ସ୍କୁଲ ର ଶିକ୍ଷକ, କର୍ମଚାରୀ ମାନେ ସହଯୋଗ କରିଥିଲେ।