Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ବିଶାଳ ଶୋଭାଯାତ୍ରା, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: 77ତମ ସ୍ଵାଧୀନତା ଦିବସ ଏବଂ ‘ଆଜାଦି କା ଅମୃତ ମହୋତ୍ସବ’ ଉପଲକ୍ଷେ ସମଗ୍ର ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଲୋକେ ନିଜ ଘରେ ତ୍ରିରଙ୍ଗା ଉଡାଉଛନ୍ତି। ଏହି କ୍ରମରେ  ଭୁବନେଶ୍ୱରରେ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି।  ଲିଙ୍ଗରାଜ ମନ୍ଦିରରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ,ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ସୁନୀତି ମୁଣ୍ଡ ଓ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ହୋଇଛନ୍ତି।

ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି। ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ଏହି ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ଅଗଷ୍ଟ ୧୩ ରୁ୧୫ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଉତ୍ସାହିତ କରାଯାଉଛି।

More Stories