Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧିନତା ଦିବସ:ନିଲଡୁଙ୍ଗରୀ ଟୋଲ ପ୍ଳାଜା ଦେଖାଇଲା ମହାନୁଭବତା

ସମ୍ବଲପୁର: ୫୩ ନମ୍ବର ଜାତୀୟ ରାଜପଥର ଛାତି ଉପରେ ଛିଡା ହୋଇଥିବା ଟୋଲ ପ୍ଲାଜା ଆଜି ଦେଖାଇଛି ନିଜର ମହାନୁବତା।ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ପ୍ରାଧିକରଣ ଦ୍ୱାରା ପରିଚାଲିତ ଟୋଲ ପ୍ଲାଜାରେ ମହିଳାଙ୍କୁ ସମ୍ମାନ ଜଣାଇ ସ୍ୱାଧୀନତା ଦିବସ ପାଳିତ ହୋଇଛି। ପଇଦାମାଲ ପୋଡାପଡାର ବିନୋଦିନୀ ପଧାନ ଓ ନିଲଡୁଙ୍ଗରୀ ଗ୍ରାମର ଶାନ୍ତୀ ବାଡା ମିଳିତ ଭାବେ ପତକା ଉତ୍ତୋଳନ କରି ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ମାନ ଜଣାଇବାର ନୂଆଁ ପରମ୍ପରା ତିଆରି କରିଛି ପ୍ରାଧିକରଣ । ସାମାଜିକ ଚିନ୍ତାଧାରା ସହିତ ପ୍ରେରିତ ନୂତନ ବାର୍ତ୍ତା ଆଜି ସମାଜ ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିଥିବା ନେଇ ଅଞ୍ଚଳରେ ବେଶ ଖୁସୀ ପ୍ରକାଶ ପାଇଛି। ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ପ୍ରାଧିକରଣ ତୃଣ ମୂଳ ସ୍ତରର ସାଧାରଣ ମହିଳାଙ୍କୁ ସମ୍ମାନ ଦେଇ ଯେଇଁ ଏକ ପରମ୍ପରା ତିଆରି କଲେ ତାହା ଆଜି ସମଗ୍ର ଦେଶ ପାଇଁ ଏକ ବାର୍ତ୍ତା ହୋଇ ରହିଗଲା। ସହଯୋଗ ଓ ସମ୍ମନ୍ୱୟହିଁ ବିକାଶର ମୂଖ୍ୟ ଦ୍ୱାର ଏହା ଆଜି ନିଲଡୁଙ୍ଗରୀ ଟୋଲ ପ୍ଲାଜା ସମଗ୍ର ସମାଜକୁ ଦେଖାଇଛି ଏକ ନୂତନ ପ୍ରତିବିମ୍ବ। ଏଥିରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଧିବାସୀ ମଧ୍ୟ ଯୋଗଦାନ କରିଥିବା ବେଳେ ଏହାକୁ ଟୋଲପ୍ଳାଜାର ସଞ୍ଜିବ ଭୋଇ ପରି ଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ