Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସ୍ଡ଼ମ ପାର୍କରେ ୭୭ ତମ ସ୍ବାଧିନତା ଦିବସ ପାଳିତ ।

କଳାହାଣ୍ଡି:୧୫/୦୮ ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ କର୍ଣ୍ଣେଲ ଟିକେ ରାମ ନିଆଲ୍ (ଅବସର ପ୍ରାପ୍ତ ) ଭାରତୀୟ ସେନା ଅଫିସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ ଭବାନୀପାଟଣାର ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି. ବିଜୟା , ପରିଚାଳନା କମିଟି ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ଉତ୍ସବରେ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି. ବିଜୟା ସ୍ବାଧିନତା ଦିବସର ଗୁରୁତ୍ତ୍ଵ ଓ ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ନିର୍ଦ୍ଦେଶକ ଡି.ରାମ କୁମାର ବିଦ୍ୟାର୍ଥୀ ମାନଙ୍କୁ ଦେଶର ସୁନାଗରିକ ହେବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ତାଙ୍କ ଅଭିଭାଷଣରେ ଭାରତ କିପରି ବୈଷୟିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହେଉଛି ଓ ଆମେ କିଭଳି ଏଥିରେ ସାମିଲ ହୋଇ ଦେଶର ବିକାଶରେ ଭାଗିଦାର ହୋଇ ପାରିବା , ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି କର୍ଣ୍ଣେଲ ଟିକେରାମ ନିଆଲ (ଅବସର ପ୍ରାପ୍ତ) ଭାରତୀୟ ସେନା ଅଫିସର ତାଙ୍କ ଅଭିଭାଷଣରେ ଭାରତୀୟ ସେନାରେ ତାଙ୍କର ଯୋଗଦାନ, ବିଭିନ୍ନ ଅନୁଭୂତି, ଭାରତୀୟ ସେନା କିଭଳି ଦେଶ ପାଇଁ ଉସର୍ଗିକୃତ ଓ ଆମେ କିପରି ନିଜ ଦେଶ ମାତୃକାକୁ ଭଲପାଇ ଦେଶ ପାଇଁ ନିଜକୁ ଉସର୍ଗ କରିବା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ପରିଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ମୂଳକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ।