Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହି ହେଲାନି ଋଣଭାର, କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା !

ମୋହନା: ଗଜପତି ଜିଲ୍ଲା ମୋହନାରେ କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣଭାର ସହି ନ ପାରି କୀଟନାଶକ ପିଇ ସ୍ଵାମୀ ଆତ୍ମହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି। ବୁଧବାର ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ମୃତକ ଚାଷୀ ହେଉଛନ୍ତି ଅଡ଼ବା ଥାନା ଅନ୍ତର୍ଗତ ପଟାଚାଞ୍ଛଡ଼ା ଗାଁର ଗୌର ଚନ୍ଦ୍ର କାର୍ଜୀ। ସେ ଋଣ କରି ମକା ଓ ଧାନ ଚାଷ କରିଥିଲେ। କିନ୍ତୁ ଭଲ ଚାଷ ଓ ଅମଳ ନ ହେବାରୁ ଚିନ୍ତାଗ୍ରସ୍ତ ଓ ଚାପରେ ଥିଲେ। ଋଣଭାର ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପତ୍ନୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ