ସମ୍ବଲପୁର:ଲୋକ କଳାକାର ନିଜ ଲୋକ ପରମ୍ପରା ବଞ୍ଚାଇବା ପାଇଁ ବ୍ରତୀ ହେବାର ବାର୍ତ୍ତା ଦେଇଛି, ସମ୍ବଲପୁରୀ ନାଟକ ” ଚାଇତୁ ର ଘୁଡାନାଚ। ଓଡିଶା ନାଟ୍ୟ ସଙ୍ଘ ଦ୍ୱାରା ଓଡିଶା ସଂଗୀତ ନାଟକ ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ର ପ୍ରୋତ୍ସାହନ ରେ ଆୟୋଜିତ ହେଉଥିବା ନାଟ୍ୟ ଧାରା ରେ ନିୟମିତ ଭାବରେ ନାଟ୍ୟକଳା କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରେ ରାଜ୍ୟ ର ବିଭିନ୍ନ ନାଟ୍ୟ ଦଳ କୁ ଭୁବନେଶ୍ୱର ରେ ନାଟ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଆସୁଛି l ସେହି ପରିପେକ୍ଷୀ ରେ ସମ୍ବଲପୁର ନାଟ୍ୟକଳା ପରିଷଦ ଦ୍ୱାରା ପ୍ରଯୋଜିତ ସମ୍ବଲପୁରୀ ନାଟକ ” ଚଇତୁ ର ଘୁଡାନାଚ ” ଇତିମଧ୍ୟରେ ପ୍ରଦର୍ଶିତ ହୋଇଯାଇଛି l ପ୍ରଶାନ୍ତ ମହାରଣା ଙ୍କ ଦ୍ୱାରା ରଚିତ, ନିର୍ଦେଶିତ ଓ ସଂଗୀତ ନିର୍ଦେଶନା ରେ ସମ୍ବଲପୁର ନାଟ୍ୟକଳା ପରିଷଦ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ମଞ୍ଚସ୍ଥ ହୋଇଥିଲା l
ଆଜିର ସାମାଜିକ ଚଳଣି ର ପରିବର୍ତ୍ତନ ସହ ସିନେମା, ଟିଭି, ମୋବାଇଲ ପରି ମେସିନ ର ପ୍ରାଦୁର୍ଭାବ ରେ ହଜିଯାଉଛି ପାଲା, ଦାସକାଠିଆ, ଘୋଡାନାଚ, ଘୁପକୁଡୁ, ସଂଚାର ପରି ପାରମ୍ପାରିକ ଲୋକ କଳା l ଏହାର ପ୍ରତିଫଳନ ରେ ହାତୋତ୍ସାହିତ ହୋଇପଡିଛନ୍ତି ଦଶରଥ ମାଝୀ ପରି ଘୋଡାନାଚ ଶିଳ୍ପୀ l ହେଲେ ସମୟର ଶ୍ରୋତ କୁ ବେଖାତିର କରି ଶିକ୍ଷିତ ଅଧ୍ୟାପକ ପୁଅ ଚଇତୁ ମାଝୀ ଇଷ୍ଟଦେବୀ ମାଁ ବାସୁଳି ଙ୍କର ନିର୍ଦେଶ ରେ ଲୁପ୍ତପ୍ରାୟ ଲୋକକଳା ଘୋଡାନାଚ କୁ ଆପଣେଇଛି l ଚଇତୁ ର ଏହି ଆକାଂକ୍ଷା କୁ ଫଳବତୀ କରେଇବାରେ ସାରଥୀ ସାଜିଛନ୍ତି ନୃତ୍ୟ ଶିକ୍ଷୟତ୍ରୀ ଭଉଣୀ ଛନ୍ଦା ଓ ସହଯୋଗ ର ହାତ ବଢ଼େଇଛନ୍ତି ଅନ୍ଧ, ମୁକ ଓ ବଧିର ବନ୍ଧୁ ଜ୍ୟୋତି, ବୁଦ୍ଧିଆ ଓ କର୍ଣ୍ଣ,ଶେଷରେ ଚଇତୁ ର ସ୍ବପ୍ନ ବି ସାକାର ହୋଇପାରିଛି l
ନାଟକ ର କାହାଣୀ, ମଞ୍ଚସଜ୍ଜା ତଥା ସଂଗୀତ ସହ ଅଭିନେତା, ଅଭିନେତ୍ରୀ ମାନଙ୍କର ଅଭିନୟ ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିଲା l
ଏହି ସମ୍ବଲପୁରୀ ନାଟକ : ” ଚଇତୁ ର ଘୋଡାନାଚ ” ଏହା ପୂର୍ବରୁ ଓଡିଶା ରାଜ୍ୟ ର କଟକ, ରାଉରକେଲା, ସମ୍ବଲପୁର, ବରଗଡ଼, ଦାମନଯୋଡି, ବଲାଙ୍ଗୀର, ଝାରସୁଗୁଡା,ପୁରୀ,
ଭବାନୀପାଟଣା, ଖୋର୍ଦ୍ଧା, ବରପାଲି, ହୀରାକୁଦ, ଅନୁଗୁଳ, ବାଲେଶ୍ୱର, କେଉଁଝର, ଦେବଗଡ଼, ଟେନ୍ସl, ବୌଦ୍ଧ, ବେଲପାହାଡ ତଥା ଉତ୍ତରାଖଣ୍ଡ ର ପୌଡି ଗଡ଼ୱାଲ ରେ ପ୍ରଦର୍ଶିତ ହୋଇ ପୁରସ୍କୃତ ତଥା ଉଚ୍ଚପ୍ରଶଂସିତ ହୋଇ ଆସିଛି l
ନାଟକ ରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସୂର୍ଯ୍ୟ ପାଣିଗ୍ରାହୀ, ନରେନ୍ଦ୍ର ବେହେରା, ବିରୁପାକ୍ଷ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଦାସ,ଯୋଗେଶ ନନ୍ଦ, ସଂଯୁକ୍ତା ପଣ୍ଡା,ମଧୁମିତା ନାଏକ, ରୁଦ୍ରାଂଶ ମେହେର, ଆକାଂକ୍ଷା ମିଶ୍ର, ପୂର୍ଣଚନ୍ଦ୍ର ବୁଡ଼ା, ଅସୀମ ପ୍ରଧାନ, ତାପସ ସାହୁ ଓ ଅଙ୍କିତା ମିଶ୍ର l
ସଂଗୀତ ନିର୍ଦେଶନା ପ୍ରଶାନ୍ତ ମହାରଣା ଦେଇଥିବା ବେଳେ ଗୀତ ରଚନା : ପ୍ରମୋଦ ମିଶ୍ର, କଣ୍ଠ ଦାନ : ରବୀନ୍ଦ୍ର ପଣ୍ଡା ଓ ପଦ୍ମିନୀ ଦୋରା, ମଞ୍ଚ ସଜ୍ଜା : ପାଣ୍ଡିଆ ଓ କାର୍ତ୍ତିକ,ଆଲୋକ ସମ୍ପାତ : ଅତିଶ ଶତପଥି, ରୂପସଜ୍ଜା ଓ ବେଶ ପୋଷାକ : ଭଗବାନ ପରିଡା,ମଞ୍ଚ ପରିଚାଳନା କରିଥିଲେ ଶିବଲାଲ ସାଗର ଓ ସୁବାସ ନନ୍ଦ l
ସୂଚନା ଯୋଗ୍ୟ ଯେ ଏହି ସମ୍ବଲପୁରୀ ନାଟକ ଆଗାମୀ କିଛି ଦିନ ଭିତରେ ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତା ରେ ପ୍ରଦର୍ଶନ କରିବାର ଯୋଜନା କରାଯାଇଛି l
ଚଇତୁର ଘୁଡା ନାଚ ରବିନ୍ଦ୍ର ମଣ୍ଡପରେ ପ୍ରଶଂସିତ
