Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ଓ ଅଭିଯାନ ସଦସ୍ୟଙ୍କ ବାର୍ଷିକ ସମ୍ମିଳନୀ

ଜମନକିରା।: ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଓ ଅଭିଯାନର ସଦସ୍ୟ ମାନଙ୍କ ମିଳିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଆଇଟିଡିଏ ର ଯୋଜନା ପ୍ରଶାସକ ହେମେନ୍ଦ୍ର ଭୋଇ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍କୁଲରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ଖୋଲିବା ଓ ସ୍କୁଲ ପଡିଆକୁ ଉନ୍ନତ କରିବା ଦାବିକୁ ସମର୍ଥନ କରିଥିଲେ। ଯୋଜନା ପ୍ରଶାସକ ଶ୍ରୀ ହେମେନ୍ଦ୍ର ଭୋଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ, ଏ ବାବଦରେ ଅବଗତି କରାଇ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଟେଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୋଜପୁର କନିଷ୍ଠ କଲେଜର କ୍ରୀଡା ଶିକ୍ଷକ ଦେବେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଭାତପୁରା ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଖୋଲା ଆଲୋଚନାକୁ ମୋ ସ୍କୁଲ ଅଭିଯାନର ସଭାପତି ମଳୟ ବେହେରା ପରିଚାଳନା କରିଥିଲେ। ସମସ୍ତଙ୍କୁ ଚାରା ପ୍ରଦାନ କରି ସମ୍ମାନ କରା ଯାଇଥିବା ବେଳେ ସଦ୍ୟ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ନନ୍ଦ ଓ ଅଭିଯାନ ର ପୂର୍ବ ସଭାପତି ସୁବାଷ ନାୟକ ଙ୍କ ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ସଫଳତା ପାଇଁ ମୁଖ୍ୟ ଅତିଥି ଶ୍ରୀ ଭୋଇ ଅଙ୍ଗ ବସ୍ତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ରୁଦ୍ର ନାରାୟଣ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ରମେଶ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସଂଯୋଜକ ରମେଶ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ।