Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ଯୁବକ ଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର।

କୋକସରା:୬/୦୮ କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ତେତେଲପଡା ଗ୍ରାମର କମଳ ଲୋଚନ ନାଗ(୪୦) ଙ୍କୁ ବୁଧବାର ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲ ରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଗାଁ ନିକଟକୁ ଚାଲି ଆସିଥିବା ବେଳେ ଶୌଚ ପାଇଁ ଗାଁ ନିକଟସ୍ଥ ନାଲା କୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇଥିଲେ। ଭାଲୁ ଆକ୍ରମଣ ରେ ଯୁବକଙ୍କ ମୁହଁ ରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଯୁବକ ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଆମପାଣି ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର ଓ କର୍ମଚାରୀ ପହଞ୍ଚି ଯୁବକ ଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେବାସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଳି ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ କହିଛନ୍ତି।