Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଜଳସେଚନ ବିଭାଗୀୟ ଅଧିକାରୀ ଙ୍କ ସହ ଧର୍ମଗଡ଼ ବିଧାୟକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।

କୋକସରା:୧୬/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବର୍ଷା ର ଅନିୟମିତତା କାରଣରୁ ଅନେକ ପଂଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ କେମିତି ବ୍ଲକ ରେ ଚାଷି ଙ୍କୁ ଜଳସେଚନ ର ସୁବିଧା ଯୋଗାଇ ଦିଆଯିବ ଏନେଇ ବୁଧବାର ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କ ସଭାପତିତ୍ୱ ରେ କୁସୁମଖୁଣ୍ଟି ଡାକ ବଙ୍ଗଳା ରେ ଇନ୍ଦ୍ରାବତୀ ବାମ କେନାଲ, ମେଗାଲିଫ୍ଟ କେନାଲ ଓ କୋକସରା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଉପସ୍ଥିତି ରେ ଏକ ପ୍ରସ୍ତତି କାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ କ୍ଷୁଦ୍ର ଜଳସେଚନ ଓ ମେଗାଲିଫ୍ଟ କେନାଲ ରୁ ସମ୍ଭାବ୍ୟ ମରୁଡି ପ୍ରଭାବିତ ଆମପାଣି, ବଡ଼ ପୋଡ଼ାଗୁଡା, ସାନ ପୋଡ଼ାଗୁଡା, ବରାଡୋଙ୍ଗା,ମହିମା,ଗୋତୋମୁଣ୍ଡା,କାଉଡୋଳା,ଡୁଡୁକାଠେଙ୍ଗା,ଲଡୁଗାଁ, ଗମ୍ଭାରୀଗୁଡା ପଞ୍ଚାୟତ ରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ସମ୍ଭାବ୍ୟ ମରୁଡି କୁ ନେଇ ଆଶଙ୍କା ରେ ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ,ଅଠର ନଲା ଚେକ ଡ୍ୟାମ, ଯତା ଖଲିଆ ଚେକ ଡ୍ୟାମ, ବାବେ କୋହରା ଚେକ ଡ୍ୟାମ ଓ ଅନ୍ୟ ଚେକ ଡ୍ୟାମ ମରାମତି ଅଭାବରୁ କେନାଲ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା କାରଣରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ହୋଇ ପାରୁନଥିବା ବେଳେ ମେଗାଲିଫ୍ଟ କେନାଲ ରୁ ମଧ୍ୟ ଅନେକ ପଞ୍ଚାୟତ ର ଚାଷି ଜଳସେଚନ ରୁ ବଞ୍ଚିତ ରହିଥିବା ଅଭିଯୋଗ କରିଥିଲେ। ମେଗାଲିଫ୍ଟ କେନାଲ ଲଡୁଗାଁ, ଗମ୍ଭାରୀଗୁଡା, ମାଝୀଗୁଡା, ଟେମରା,ସାନ ପୋଡ଼ାଗୁଡା ପଞ୍ଚାୟତ ଦେଇ ଯାଇଥିବା ବେଳେ ଦ୍ବୀପ ତଳ ଅନ୍ଧାର ସଦୃଶ ଅନେକ ଅଞ୍ଚଳ ର ଚାଷୀମାନେ ମେଗାଲିଫ୍ଟ କେନାଲ