Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ, ଲେଖକ ଓ ପ୍ରବାସୀଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଭାଜପା ସୁନୀତି ମୁଣ୍ଡ।

କଳାହାଣ୍ଡି:୧୭ା୮ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ସୌଜନ୍ୟ ସାକ୍ଷାତ କରିବା ସହିତ ସାମ୍ବାଦିକ, ଲେଖକ ଏବଂ ପ୍ରବାସୀମାନଙ୍କ ହକ୍ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ତିନୋଟି ବର୍ଗ ବୌଦ୍ଧିକ ଏବଂ ଶାରୀରିକ ସ୍ତରରେ ଦେଶକୁ ଆର୍ôଥକ ଏବଂ ସାମାଜିକ ଦିଗରେ ମଜ୍‌ବୁତ କରୁଛନ୍ତି । କିନ୍ତୁ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରଖାଯାଇଛି । ଏହି ସ୍ୱାଭିମାନୀ ବର୍ଗ ସେମାନଙ୍କ ମୌଳିକ ସମସ୍ୟା ନେଇ କୌଣସି ସମୟରେ ଦାବି, ଆପତ୍ତି ଉଠାଇ ନାହାନ୍ତି କିମ୍ବା ଆନ୍ଦୋଳନ କରିନାହାନ୍ତି ବୋଲି ସୁନୀତି କହିଥିଲେ । ସମାଜ ଓ ଦେଶ ସେବାରେ ନିଜର ମୂଲ୍ୟବାନ ସମୟ ଦେଉଥିବା ସାମ୍ବାଦିକ ଏବଂ ସାହିତ୍ୟିକମାନେ କାର୍ଯ୍ୟରତ ଏବଂ ପରିଣତ ବୟସରେ ଦୁଃସ୍ଥ ଜୀବନ ନିର୍ବାହ କହୁଛନ୍ତି । ତେଣୁ ଏହି ବର୍ଗର ଲୋକଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା, ସେମାନଙ୍କୁ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ନିଃଶୁଳ୍କ ମୂଲ୍ୟରେ ଯୋଗାଇ ଦେବାକୁ ସୁନୀତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଦାବି କରିଛନ୍ତି । ଏହା ସହିତ ଏହି ବର୍ଗର ଲୋକଙ୍କୁ ଆର୍ଥିକ ଅନୁଦାନ ଏବଂ ନିଜର ବାସ ନଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତାରେ ବାସଗୃହ ଯୋଗାଇଦେବାକୁ ଦାବି କରିଛନ୍ତି । ଅନୁରୂପ ଭାବରେ ପ୍ରବାସୀମାନେ ନିଜ ଶ୍ରମ ବଳରେ କାମ କରୁଥିବା ସଂସ୍ଥା ଅଥବା ଉକ୍ତ ରାଜ୍ୟର ଆର୍ଥିକ ଏବଂ ଭିତ୍ତିଭୂମି ବିକାଶରେ ସହାୟକ ହେଉଥିବାବେଳେ ସେମାନଙ୍କ ସମସ୍ୟା ପ୍ରତି କେହି କେବେ ଦୃଷ୍ଟି ଦେଉନାହାନ୍ତି । ସେମାନଙ୍କୁ କାମ କରୁଥିବା ରାଜ୍ୟରେ ମୌଳିକ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ନାଗରିକ ଅଧିକାର ସୁରକ୍ଷିତ ରଖିବାକୁ ସେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରବାସୀମାନଙ୍କର ନିଜ ରାଜ୍ୟକୁ ବାଦ୍‌ଦେଲେ ଅନ୍ୟତ୍ର କୌଣସି ସ୍ଥାୟୀ ବା ଠିକଣା କର୍ମକ୍ଷେତ୍ର ନଥିବା ହେତୁ ଏହି ବର୍ଗ ନିଜ ଆଧାରକାର୍ଡ ଏବଂ ଭୋଟର ପ୍ରମାଣପତ୍ର ମଧ୍ୟ ଜନ୍ମସ୍ଥାନରୁ ବନାଇଥାନ୍ତି । କିନ୍ତୁ ଅଧିକାଂଶ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସହାୟତା ପ୍ରଦାନ କରାଗଲେ ଏକ ବିଶାଳ ବଞ୍ଚିତ ବର୍ଗ ଉପକୃତ ହୋଇପାରନ୍ତେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ ସାକ୍ଷାତ ଅବସରରେ ସୁନୀତି କହିଛନ୍ତି । ଏହି ସମସ୍ତ ବିଷୟ ଉପରେ ବିଚାର କରିବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ।