Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଇଇ ମାର୍କସିଟ୍ ବିଭ୍ରାଟ ମାମଲା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ  ହାଇକୋର୍ଟ

କଟକ: ଜେଇଇ ପରିଚାଳନା ଓ ମାର୍କସିଟ୍ ଘୋଟାଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ମାମଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆାଇ)। ଗୁରୁବାର ମାମଲାର ଶୁଣାଣି ସମୟରେ ସିବିଆାଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 4 ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଆ ଛାତ୍ର ଅଂଶୁମାନ କାନୁନଗୋ ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ କରିଥିଲେ। ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ୯୮.୯୭ ପ୍ରତିଶତ ସହ ଉତ୍ତୀର୍ଣ୍ଣ ସତ୍ତ୍ୱେ ରାଉରକେଲା ଏନଆଇଟିରେ ଆଡ଼ମିଶନ ମିଳିନଥିବା ସେ କହିଥିଲେ। ନକଲି ମାର୍କସିଟ୍ ଦର୍ଶାଇ ଛାତ୍ରଙ୍କୁ ଆଡ଼ମିଶନରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଆବେଦନକାରୀ ଛାତ୍ର ମାମଲାରେ ୟୁନିୟନ୍ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷଙ୍କ ସହ ୫ ଜଣଙ୍କୁ କରିଥିଲେ ପକ୍ଷଭୁକ୍ତ । ଏବେ ଆବେଦନର ଶୁଣାଣି କରି ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ମାମଲାର ତଦନ୍ତ ସିବିଆଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ