Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସମ୍ଭାବ୍ୟ ମରୁଡି ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ ।

କୋକସରା:୧୭/୦୮ କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଜଳଜଳ ହୋଇ ଦିଶୁଥିବା ବେଳେ ଚାଷି ଙ୍କ ଅଭିଯୋଗ ପରେ ବୁଧବାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ଦଳ ରାଜ୍ୟ ସମ୍ପାଦକ ଦିଗାମ୍ବର ଦୁରିଆ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ,ଯୁବ ନେତା ଡାକେଶ୍ୱର ଲହଜଲ, ଓ ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ।କ୍ଷତିଗ୍ରସ୍ତ ଚାଷ ଜମି ସବୁକୁ ଦେଖିବା ସହିତ ବିଭିନ୍ନ ଚାଷୀ ମାନଙ୍କୁ ଭେଟି ସେମାନଙ୍କ ଚାଷର କ୍ଷତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରତିନିଧି ଦଳ ବ୍ଲକ ର ଗୋତମୁଣ୍ଡା, ସାନ ପୋଡଗୁଡା,କୁଲେରଗୁଡା, ଘଣ୍ଟିଗୁଡା, ଖଲିଗଡ଼, ବଡ଼କେନ୍ଦୁଗୁଡା, ତାଲାଗାଁ, ରଇନଗୁଡା ଆଦି ଗାଁ ସବୁ ବୁଲି ପ୍ରତ୍ୟକ୍ଷ ଅନୁଭୂତି ନେଇଥିଲେ। ଚାଷ ଜମିରେ ବର୍ଷା ପାଣି ଅଭାବ ହେତୁ ଅଧିକାଂଶ ଚାଷ ଜମି ରେ ରୁଆ ବେଉଷଣ ହୋଇନାହିଁ କିମ୍ବା ତଳି ରୁଆ ହୋଇନାହିଁ।ମରୁଡି ସ୍ଥିତି ଗମ୍ଭୀର ହୋଇଛି।ଚାଷୀ ମାନେ ହତାଶ ହୋଇ ରହିଥିବା ବେଳେ କିଛି ଦିନ ମଧ୍ୟରେ ତାଙ୍କ ଭେଣ୍ଡିଆ ପୁଅ ମାନେ ଦାଦାନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯିବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି। ଚିର ମରୁଡି ପ୍ରପଡ଼ିତ ଏହି ସବୁ ଅଞ୍ଚଳ ରେ ଜଳସେଚନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ଜଳସେଚନ ବ୍ୟବସ୍ଥା କିଛି ନାହିଁ। ଆଗକୁ ବର୍ଷା ହେଲେବି ଆଉ ଧାନ ଚାଷ ହୋଇପାରିବ ନାହିଁ ବୋଲି ଚାଷୀମାନେ କ୍ଷୋଭ ର ସହିତ କହିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ଚାଷୀ ମାନଙ୍କୁ ତୁରନ୍ତ ଗଜା ମରୁଡି ସାହାଯ୍ୟ ଦେବା ସହିତ 50% କୃଷି ବୀମା ଲାଭଂଶ ଦେବାକୁ ପ୍ରତିନିଧି ଦଳ ଦାବୀ କରିଛନ୍ତି। ଶୀଘ୍ର ଚାଷୀ ଙ୍କୁ ଆର୍ଥିକ ସାହାଯ୍ୟ ନ ଦେଲେ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନ କରି କୋକସରା ତହସିଲଦାର ଙ୍କ ଅଫିସ କୁ ଘେରାଉ କରାଯିବ ବୋଲି ଶ୍ରୀ ଦୁରିଆ ଚେତାବନୀ ଦେଇଛନ୍ତି।