Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଣ୍ଟିଗୁଡା ରାଜସ୍ୱ ଗ୍ରାମ କୁ ମରୁଡି ଘୋଷଣା ସହ କ୍ଷତିପୂରଣ ଦେବା କୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୧୭/୦୮ ଚଳିତ ବର୍ଷ ନିଆଣ୍ଟିଆ ବର୍ଷା କାରଣ ରୁ କୋକସରା ବ୍ଲକ ର ଅନେକ ପଞ୍ଚାୟତ ଇ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଶ୍ରାବଣ ମାସ ସରିବାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ବର୍ଷା ର ଲୁଚକାଳି ଚାଷି ଙ୍କ ନିଦ ହଜାଇଦେଇଛି। ଗୁରୁବାର କୋକସରା ବ୍ଲକ ମହିମା ପଞ୍ଚାୟତ ର ଚାଷୀମାନେ ଘଣ୍ଟିଗୁଡା ରାଜସ୍ବ ଗ୍ରାମ କୁ ମରୁଡି ଅଞ୍ଚଳ ଘୋଷଣା କରିବା ସହ ଅନ୍ୟ ଦାବି କୁ ନେଇ କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ଘଣ୍ଟିଗୁଡା ଅଞ୍ଚଳ ର ଚାଷୀମାନେ ଦାବିପତ୍ର ରେ ଉଲ୍ଲେଖ କରିଥିବା ଦାବି ମଧ୍ୟରେ ମହିମା ପଞ୍ଚାୟତ ରେ ୩ ଗୋଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଘଣ୍ଟିଗୁଡା ରାଜସ୍ୱ ଗ୍ରାମ ଅଧୀନରେ ଥିବା ୧୨୦୦ ଏକଡ଼ ଚାଷଜମି ପାଇଁ ଜଳସେଚନ ର କୌଣସି ବ୍ୟବସ୍ଥା ନାହିଁ, ବର୍ତ୍ତମାନ ଗଜା ମରୁଡି ହୋଇ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇ ସାରିଛି, କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ, ରାଜସ୍ୱ ବିଭାଗ ପକ୍ଷରୁ ଘଣ୍ଟିଗୁଡା କୁ ମହିମା ପଂଚାୟତ ର ଅନ୍ୟ ରାଜସ୍ୱ ଗ୍ରାମ ସହ ସ୍ୱତନ୍ତ୍ର କରି କ୍ରପ କଟିଂ ରିପୋର୍ଟ ଦିଆଯାଉ,ପ୍ରଧାନମନ୍ତ୍ରୀ ଫସଲ ବୀମା ର ଅବଧି ବୃଦ୍ଧି କରାଯାଉ, ଚାଷୀ ଙ୍କ କ୍ଷୟକ୍ଷତି ଆକଳନ କରି ଏକଡ଼ ପ୍ରତି ୧୫ ହଜାର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ ବୋଳି ଦାବି କରାଯାଇଛି। ମହିମା ସରପଞ୍ଚ ଇଶରାମ କୋଲଥିଆ,ମଧୁବନ ପାତ୍ର,ୱାର୍ଡ ମେମ୍ବର ହରିହର ବାଗ,ବଳଭଦ୍ର ଧଙ୍ଗଡାମାଝୀ, ଗିରିଧାରୀ ପୂଝରୀ, ହିମାଞ୍ଚଳ ପାତ୍ର, ଗଜାନନ ଠାକୁର, ପୂର୍ଣଚନ୍ଦ୍ର ମୁଲକିଆ, ଭୁବନାନନ୍ଦ ନାଏକ, ଦଇତାରୀ ଚଳାନ, ନରସିଂହ ପାତ୍ର, ଇଶ୍ୱର ନାଗ, ବଳରାମ ମାଝୀ, ଚକ୍ର ମୁଲକିଆ ଓ ଶତାଧିକ ଘଣ୍ଟିଗୁଡା ଅଞ୍ଚଳ ର ଚାଷୀ ମାନେ ଉପସ୍ଥିତ ରହି କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାର ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।