Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଶନଶକ୍ତି ତରଫରୁ ସ୍କୁଟର ରୁଣ ମେଳା ଶିବିର ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ବ୍ଲକ ମିଶନ ଶକ୍ତି ପକ୍ଷରୁ ସ୍କୁଟର ରୁଣ ମେଳା ଶିବିର ଆୟୋଜିତ ହୋଇଯାଇଛି l ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ ଅଧ୍ୟକ୍ଷତା କରି ଥିବାବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ମିଶନ ଶକ୍ତି ଡି ପି ଏମ ଫ୍ରାନିସ ବାର୍ଲା , ଡି ପି ସି ବିଶ୍ୱଜିତ୍ ପରିଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍କୁଟର ରୁଣ ଯୋଜନା ଓ ମିଶନଶକ୍ତି ବିଭାଗର କାର୍ଯ୍ୟକ୍ରମ ବିଷୟରେ କହିଥିଲେ I ବି ପି ଏମ୍ ମନୋଜ ବାଗ ଯୋଜନାର ଉଦ୍ଦ୍ୟେଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ I ଖଣ୍ଡହତା ୟୁଜିବି , ସୁବଳୟା ୟୁ ଜି ବି , ବୀରମହାରାଜପୁର ୟୁଜିବି ଓ ପିଏନ୍ ବି ର ଶାଖା ପରିଚାଳକ ଙ୍କ ସହ ବିଭିନ୍ନ ସ୍କୁଟର କମ୍ପାନୀର ବିକ୍ରେତା , ବ୍ଲକର ବି ଏଲ ଏଫ୍ , ଜି ପି ଏଲଏଫ , ସିଆରପି , ଏମ୍ ବି କେ ଓ ବ୍ୟାଙ୍କ ମିତ୍ରମାନେ ଉପସ୍ଥିତ ଥିଲେ I ବି ପି ସି ଶାନ୍ତନୁ କୁମାର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I