Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବରସ୍ଥାନ କୁ ରାସ୍ତା ନାହିଁ,,,ନଦୀ ପାର ହୋଇ ଯିବାକୁ ପଡେ କବରସ୍ଥାନ…ମୁଖ୍ୟ ପ୍ରାଚୀନ ଙ୍କ ଦେହାନ୍ତ ପରେ ଭରା ନଦୀ ଦେଇ ପାର ହେଲେ….

ଲକ୍ଷ୍ମୀପୁର ୨୧।୦୮ କେଲାର ଗ୍ରାମର ଜଣେ ଗ୍ରାମ ମଣ୍ଡଳୀର ମୁଖ୍ୟ ପ୍ରାଚୀନ ତଥା ଅବସର ପ୍ରାପ୍ତ ଶିକ୍ଷକ ଫିଲିମିନ ଖସଲାଙ୍କର ଆଜି ୭୫ ବର୍ଷ ବୟସରେ ହଠାତ୍ ଛାତି ଯନ୍ତ୍ରଣାରେ ମୃତ୍ୟୁ ଘଟିଛି।ଏନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।ତାଙ୍କର ମୃତ୍ୟୁ ଖବର ଶୁଣି ଜେଇଏଲସି ଚର୍ଚ୍ଚର ବିଶପ,ଜୟପୁର ପ୍ରଧାନ ମଣ୍ଡଳୀର ପାଷ୍ଟର,ଗ୍ରାମ ମଣ୍ଡଳୀ ସଭାପତି,ଲକ୍ଷ୍ମୀପୁର କଂଗ୍ରେସ ଦଳର ଆସାୟୀ ବିଧାୟକ ପ୍ରାଥି ପବିତ୍ର ସାଉନ୍ତା,ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ହେଙ୍ଗୁ ସାଉନ୍ତା ତାଙ୍କର ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଛନ୍ତି।କେଲାର ଗ୍ରାମର କବର ସ୍ଥାନରେ ତାଙ୍କୁ କବର ଦିଆ ଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିେଲେ।ଅପର ପଟେ କବର ସ୍ଥାନକୁ ଯିବା ପାଇଁ ଏକ ପାହାଡିଆ ନଦୀ ବାଧା ସୃଷ୍ଟି କରୁଥିବାରୁ ଆଜି ଲୋକେ ହଇରାଣ ହରକତ ର ସମୁଖୀନ ହୋଇଥିଲେ।ଭରା ନଈ ଭିତରେ ପଶି ଲୋକେ କବର ସ୍ଥାନକୁ ଯାଇଥିଲେ।ଏନେଇ ଅନେକ ଥର ପ୍ରଶାସନ କୁ ଉକ୍ତ
ନଈରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ କହିଥିଲେ ମଧ୍ୟ ସେଥି ପ୍ରତି କେହି ଗୁରୁତ୍ଵ ଦେଇ ନଥିବା କହି କହିଛନ୍ତି।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏକ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ